ଓଡିଶା

odisha

By

Published : Oct 23, 2019, 3:00 PM IST

ETV Bharat / state

ଅଦିନିଆ ବର୍ଷା: ଧୋଇନେଲା ଭସାଣି, ନିରାଶ ହେଲେ ଅନୁଗୋଳବାସୀ

ଅଦିନିଆ ବର୍ଷାରେ ବେହାଲ ଅନୁଗୋଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଫଳରେ ବୁଧବାର ଠାରୁ ଆରମ୍ଭ ହୋଇଛି ବର୍ଷା । ଯାହା ଫଳରେ ଲୋକମାନେ ନାନା ପ୍ରକାର ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଅଦିନିଆ ବର୍ଷାରେ ବେହାଲ ଅନୁଗୋଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବୁଧବାର ଠାରୁ ଆରମ୍ଭ ହୋଇଛି ବର୍ଷା । ଯାହା ଫଳରେ ଲୋକମାନେ ନାନା ପ୍ରକାର ହଇରାଣ ହେଉଥିବା ଦେଖିବାକୁ ମିଳିଛି ।


ତେବେ ସକାଳ 10 ଟାରୁ ଏହି ବର୍ଷା ଆରମ୍ଭ ହେବା ଫଳରେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ସ୍କୁଲ, କଲେଜ ଓ ଅଫିସ ଯିବା ଆସିବା ପାଇଁ ପିଲାମାନେ ନାନା ହଇରାଣ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ବୁଧବାର ଜିଲ୍ଲାରେ ଚାଲିଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭସାଣି ଥିବାବେଳେ ବର୍ଷା ପାଇଁ ସବୁ ଆଶା ମୌଳିବାର ସମ୍ଭାବନା ଅଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଭସାଣି ପର୍ବରେ ଅନେକ ପୂଜା ମଣ୍ଡପର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ଦଳ ଆଣି ଶୋଭାଯାତ୍ରା କରିବାର ପ୍ରସ୍ତୁତି କରିଛନ୍ତି । ହେଲେ ଏହି ଅଦିନିଆ ବର୍ଷା ତାହା ଧୋଇ ନେବାର ସମ୍ଭାବନା ମଧ୍ୟ ରହିଛି । ଯାହାଫଳରେ ଲୋକଙ୍କ ମଧ୍ୟରେ ଆଶା ମଉଳି ଯାଇଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details