ଓଡିଶା

odisha

By

Published : Aug 5, 2020, 7:49 PM IST

ETV Bharat / state

ଅନୁଗୋଳରେ ବର୍ଷା ବିତ୍ପାତ, କଣିହାଁ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଜିଲ୍ଲାରେ ଲାଗି ରହିଥିବା ବର୍ଷା ଯୋଗୁଁ କଣିହାଁ ବ୍ଲକ ଅଞ୍ଚଳରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଛି । ଅଧିକାଂଶ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳରେ ବର୍ଷାର ବିତ୍ପାତ, କଣିହାଁ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି
ଅନୁଗୋଳରେ ବର୍ଷାର ବିତ୍ପାତ, କଣିହାଁ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ଅନୁଗୋଳ: ଜିଲ୍ଲାରେ ଲାଗି ରହିଛି ବର୍ଷା ବିତ୍ପାତ । କଣିହାଁ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି । ତେଣୁ ଲୋକେ ଘରୁ ବାହାରି ପାରୁନାହାଁନ୍ତି ।

ଅନୁଗୋଳରେ ବର୍ଷାର ବିତ୍ପାତ, କଣିହାଁ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ଅନୁଗୋଳ ଜିଲ୍ଲାରେ ବର୍ଷା ବିତ୍ପାତ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତି ଠାରୁ ଝିପି ଝିପି ବର୍ଷା ଲାଗି ରହିଥିବାବେଳେ କଣିହାଁ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଧାନ ବିଲ ଗୁଡ଼ିକରେ ପାଣି ଜମି ରହିଛି । ବହୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାତାୟାତ ହୋଇ ପାରୁନାହିଁ । ବହୁ ମାଟି ଘର ଭାଙ୍ଗି ଯାଇଛି । ଗରିବ ପରିବାର ବେସାହାରା ହୋଇଯାଇଛନ୍ତି । ଘର ଭିତରେ ପାଣି ପଶି ଯାଇଛି । ଜିଲ୍ଲାର ଅରକିଳି, ସୁଆଝରୀ, ବଜ୍ରକୋଟ, ରେଙ୍ଗାଲି ସମେତ ବହୁ ଗାଁର ଅଧିକାଂଶ ଅଞ୍ଚଳର ଲୋକେ ଜଳ ବନ୍ଦୀ ହୋଇ ରହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details