ଅନୁଗୋଳ: ଜିଲ୍ଲାରେ ପ୍ରବଳ ବର୍ଷା । ଜଳ ନିଷ୍କାସନର ସଠିକ ବ୍ୟବସ୍ଥା ନଥିବାରୁ ଚାରି ଆଡେ ଜମି ରହିଛି ପାଣି । ବାଦ ପଡିନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ଅନୁଗୋଳ ।
ଜିଲାପାଳ ଅଫିସ ଠାରୁ ଆରମ୍ଭ କରି ଅନୁଗୋଳ ସହର, ରାଜପଥ କଡ଼ ସବୁଆଡେ ପାଣି ଭର୍ତ୍ତି । ଅନୁଗୋଳ ମୁଖ୍ୟ ବଜାରରେ ମଧ୍ୟ ଲହଡି ମାରିଛି ବର୍ଷା ପାଣି । କାରଣ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା । ଫଳରେ ମଙ୍ଗଳବାର ହୋଇଥିବା ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି ।
ଅସରାଏ ବର୍ଷାରେ ଅନୁଗୋଳରେ ଲହଡି ଭାଙ୍ଗୁଛି ପାଣି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବର୍ଷା ପାଣି ନିଷ୍କାସନ ହୋଇନପାରି ଜମି ରହିଛି । ଯାହାଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସୁଥିଲା । ଠିକ ସେମିତି 55 ନଂ ଜାତୀୟ ରାଜପଥ କଡ଼ରେ ଥିବା ଫଳ ଦୋକାନ ଗୁଡିକ ଆଜି ପାଣି ଘେରରେ ଥିବା ନଜରକୁ ଆସିଥିଲା ।
ଅନେକ ଉଠା ପରିବା ବ୍ୟବସାୟୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ନଜରୁ ଆସିଥିଲା । ସହରରେ ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ଉପୁଜି ଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଯଦି ସାଧାରଣ ବର୍ଷାରେ ଏଭଳି ସ୍ଥିତି ତେବେ ଅଧିକ ବର୍ଷା ହେଲେ କଣ ପରିସ୍ଥିତି ସୃଷ୍ଟି ହେବେ ତାହା ଆଜିର ସ୍ଥିତିରୁ ଜଣାପଡ଼ିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ