ଅନୁଗୋଳ: ସାତକୋଶିଆରେ ବନ୍ୟା ରଚିଛି ବିଭିଷିକା । ଅସ୍ତବ୍ୟସ୍ତ କରିଛି ଧନଜୀବନ । ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଟିଳ ହେଉଛି ସ୍ଥିତି । ଜଳମଗ୍ନ ହୋଇଛି ସମଗ୍ର ଅଞ୍ଚଳ । ଟିକରପଡ଼ା, ବେହେରାସାହି, ଘାଟସାହି, ଗଇନ୍ଦି ଓ ମଝିପଡ଼ା ଗାଁ ଏବେ ବି ଜଳବନ୍ଦୀ । ଅଭୟାରଣ୍ୟରେ ଥିବା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପାଣି ଘେରରେ ଥିବାବେଳେ ବୁଡ଼ି ଯାଇଛି କୁମ୍ଭୀର ପ୍ରଜନନ କେନ୍ଦ୍ର ।
ଘାଟ ସାହିର ୧୫୦ ରୁ ଉର୍ଦ୍ଧ ମତ୍ସ୍ୟଜିବୀ ଏବେ ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ କରୁଛନ୍ତି ଜୀବନଯାପନ। ଗାଁ ଗଣ୍ଡାରେ ପାଣି ପଶିଯିବା ଫଳରେ ଶତାଧିକ ଘର ଏବେ ଜଳମଗ୍ନ। ଭାସି ଯାଇଛି ଅନେକ ଲୋକଙ୍କ ଆସାବାବ ପତ୍ର । ପ୍ରାଣ ବିକଳରେ ଯାହା ଉଚ୍ଚ ସ୍ଥାନକୁ ପରିବାର ଓ ଗୃହପାଳିତ ପଶୁଙ୍କୁ ନେଇ ଯାଇଛନ୍ତି ଗ୍ରାମବାସୀ । ରାତି ସାରା ବର୍ଷା ସାଙ୍ଗକୁ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ ।