ଅନୁଗୋଳ: କାଳ ବୈଶାଖୀ ପରେ ପୁଣି ଫେରିଛି ତାତି । ସାରା ରାଜ୍ୟ ଅସହ୍ୟ ଖରାରେ ସିଝୁଥିବା ବେଳେ ଏଥିରୁ ବାଦ ପଡିନି ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲା । ଏଠାରେ ପାରଦ 42 ଡିଗ୍ରୀ ପାର ହୋଇଛି । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି ।
ତାତିରେ ହନ୍ତସନ୍ତ ଅନୁଗୋଳ - ଅନୁଗୋଳ
ସାରା ରାଜ୍ୟରେ ଜାରି ରହିଛି ଖରାର ପ୍ରକୋପ । ଅସହ୍ୟ ଖରାରେ ଡହଳ ବିକଳ ହେଉଛନ୍ତି ଲୋକେ । ଏଥିରୁ ବାଦ୍ ପଡିନି ଅନୁଗୋଳ ଜିଲ୍ଲା । ଏଠାରେ ପାରଦ ଉପର ମୁହାଁ ହେବାରେ ଲାଗିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ସକାଳ 8ଟା ବାଜିବା କ୍ଷଣି ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡୁଛି । ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ଡରୁଛନ୍ତି ସମସ୍ତେ । ସେପଟେ ପାଣିପାଗ ବିଭାଗ କହିଛି ଆହୁରି ଦୁଇଦିନ ଏଭଳି ସ୍ଥିତି ଲାଗି ରହିବ । ତେବେ ସନ୍ଧ୍ୟାରେ କାଳବୈଶାଖୀ ହେଉଥିଲେ ବି ଖରାର ପ୍ରକୋପ କମି ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ