ଓଡିଶା

odisha

ETV Bharat / state

ଆଖି ତଡା ହୋଇନି, ନଷ୍ଟ ହୋଇଛି: ସିଡିଏମଓ

ଆଖି ଗାୟବ ଘଟଣାର ରିପୋର୍ଟ ଦେଲା ସ୍ବାସ୍ଥ୍ୟ ବିଭାଗ । ଆଖି ଚୋରି କିମ୍ବା ତଡାଯାଇନି କହିଲା ବିଭାଗ । ଶୁକ୍ରବାର ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିବା ପରେ ସିଡିଏମଓ ଉତ୍ତର ଦେଇଛନ୍ତି ।

By

Published : Jul 27, 2019, 1:08 PM IST

Updated : Jul 27, 2019, 2:02 PM IST

ଫାଇଲ ଫଟୋ

ଅନୁଗୋଳ: ଆଖି ଗାୟବ ଘଟଣାର ହେଲା ପର୍ଦ୍ଦାଫାଶ । ଆଖି ତଡାକୁ ମିଥ୍ୟା ପ୍ରମାଣ କଲା ରିପୋର୍ଟ । ଶୁକ୍ରବାର ବ୍ୟବଚ୍ଛେଦ ପରେ ରିପୋର୍ଟ ପ୍ରଦାନ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଘଟଣାରେ ଆଖି ସଂକ୍ରମଣ ହୋଇଥିବାବେଳେ ଅନ୍ୟ ଘଟଣାରେ ଦୁର୍ଘଟଣା ଜନିତ ଦର୍ଶାଇଛି ବିଭାଗ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ତେବେ ଆଖି କେହି ଗାୟବ କରିନାହାଁନ୍ତି କିମ୍ବା ତଡା ଯାଇ ନାହିଁ । ଜଣଙ୍କର ଆଖି ଦୁର୍ଘଟଣାରେ ନଷ୍ଟ ହୋଇ ଯାଇଥିବାବେଳେ ଅନ୍ୟଜଣଙ୍କର ସଂକ୍ରମଣ ଯୋଗୁ ପଚି ଯାଇଥିବା କହିଛନ୍ତି ସିଡିଏମଓ ଡା.ପ୍ରତାପ ବେହେରା । ଉଭୟ ମୃତ ଶରୀରର ବ୍ୟବଚ୍ଛେଦ ରିପୋର୍ଟ ସ୍ବାସ୍ଥ୍ୟ ସଚିବ ଓ ନିର୍ଦ୍ଦେଶକଙ୍କୁ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 27, 2019, 2:02 PM IST

ABOUT THE AUTHOR

...view details