ଓଡିଶା

odisha

ETV Bharat / state

ଶିଳ୍ପନଗରୀରେ ଛାଇଯିବ ତ୍ରିରଙ୍ଗା, ପତାକା ପ୍ରସ୍ତୁତିରେ ବ୍ୟସ୍ତ SHG ମହିଳା - angul SHGs prepare flags

ଆସନ୍ତାକାଲିଠୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପୂରଣ କରିବା ନେଇ ଦେଶଠୁ ରାଜ୍ୟ ଓ ଜିଲ୍ଲାରେ ତ୍ରିରଙ୍ଗା ତିଆରି କାମ ଜୋରସୋରରେ ଆଗେଇଛି । ଏହି କାମରେ ନିଜକୁ ସାମିଲ କରିଛନ୍ତି ସ୍ବୟଂସହାୟିକା ଗୋଷ୍ଠୀ । ଅଧିକ ପଢ଼ନ୍ତୁ

ଶିଳ୍ପ ନଗରୀରେ ଫରଫର୍ ଉଡ଼ିବ ତ୍ରିରଙ୍ଗା
ଶିଳ୍ପ ନଗରୀରେ ଫରଫର୍ ଉଡ଼ିବ ତ୍ରିରଙ୍ଗା

By

Published : Aug 12, 2022, 12:37 PM IST

ଅନୁଗୋଳ: ହର ଘର ତ୍ରିରଙ୍ଗା ପାଇଁ ଏବେ ସାରା ଦେଶ ଚଳଚଞ୍ଚଳ । କୋଟି କୋଟି ଦେଶବାସୀ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବେ । ଏହି କାର୍ଯ୍ୟକ୍ରମ ପାଇଁ ଅନୁଗୋଳ ଜିଲ୍ଲା ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଏକ ଲକ୍ଷ ଜାତୀୟ ପତାକା ତିଆରି କରିବାକୁ ଲକ୍ଷ୍ୟ ରଖିବା ଥିବା ବେଳେ ଏଥିପାଇଁ ଜିଲ୍ଲାର ୩ଟି ସ୍ୱୟଂସହାୟକ ଗୋଷ୍ଠୀକୁ ଦାୟିତ୍ବ ଦେଇଛନ୍ତି । ଏନେଇ ନିୟୋଜିତ ହୋଇଛନ୍ତି ୧୩୯ ଜଣ ମହିଳା।

ଶିଳ୍ପ ନଗରୀରେ ଫରଫର୍ ଉଡ଼ିବ ତ୍ରିରଙ୍ଗା

ଅନୁଗୋଳ ସହର ଉପକଣ୍ଠରେ ଥିବା ନାରୀଶକ୍ତି ନାମକ ଏକ ମହିଳା ଗୋଷ୍ଠୀକୁ ଏହି ଦାୟିତ୍ବ ଦିଆଯାଇଛି । ଏହି ଗୋଷ୍ଠୀର ୧୦ଜଣ ସଦସ୍ୟା ବଡ଼ି, ଆଚାର, ପାମ୍ପଡ଼ ଓ ଅନ୍ୟ ଜିନିଷ ତିଆରି କରି ବିକ୍ରି କରୁଥିଲେ । ହେଲେ ଏଥର ସେମାନଙ୍କୁ ଜାତୀୟ ପତାକା ତିଆରି କରିବାର ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ବେଶ୍ ଖୁସି ଅଛନ୍ତି । ଦିନ ରାତି ଏକ କରି କାମ କରୁଛନ୍ତି । ଏଭଳି ଅକ୍ଲାନ୍ତ ପରିଶ୍ରମ କରି ମାତ୍ର ୫ଦିନରେ ସେମାନେ ତିଆରି କରିପାରିଛନ୍ତି ୨୦ହଜାର ପତାକା । ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ କାମ କରୁଛନ୍ତି । ଅନୁଗୋଳ ବଜାରରୁ କପଡ଼ା, ସୂତା, ଛୁଞ୍ଚି କିଣି ଏହି ପତାକା ତିଆରି କରୁଛନ୍ତି । ଏହି ଖର୍ଚ୍ଚ ପାଇଁ ପ୍ରଶାସନ ତରଫରୁ ସେମାନଙ୍କୁ ୫ଲକ୍ଷ ଟଙ୍କା ଦିଆଯାଇଛି ।

ତେଣୁ ଭଲ ଦୁଇ ପଇସା ଲାଭ ହେବ ବୋଲି ଆଶା ରଖିଛନ୍ତି ଏହି ଗୋଷ୍ଠୀର ମହିଳା । ସେହିପରି ଜିଲ୍ଲାର ଅନ୍ୟ ଦୁଇ ଗୋଷ୍ଠୀର ମହିଳାମାନେ ମଧ୍ୟ ଠିକ୍ ଏଭଳି ଦିନରାତି ପରିଶ୍ରମ କରି ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ଯଥା ସମୟରେ ଶେଷ କରିପାରିଛନ୍ତି । ଏଥିରୁ ସେମାନେ ଭଲ ଲାଭ ମଧ୍ୟ ପାଇଛନ୍ତି । ପ୍ରଶାସନର ସହାୟତା ଯୋଗୁଁ ଶତାଧିକ ମହିଳା ତ୍ରିରଙ୍ଗା ତିଆରି କରି ଭଲ ରୋଜଗାର କରିପାରିଛନ୍ତି । ସବୁଠାରୁ ବଡ଼ କଥା ସେମାନେ ତ୍ରିରଙ୍ଗା ସମ୍ପର୍କରେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରାଇ ପାରୁଛନ୍ତି । ତେଣୁ ମହିଳା ମାନଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details