ଓଡିଶା

odisha

By

Published : Oct 9, 2022, 10:47 PM IST

ETV Bharat / state

ରାଜ୍ୟର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ, ଯୋଗଦେଲେ ରାଜ୍ୟପାଳ

ଅନୁଗୋଳ ଜିଲ୍ଲାରେ ରାଜ୍ୟର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଆଜି ଉଦଯାପିତ ହୋଇଛି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି । ଅଧିକ ପଢନ୍ତୁ

ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗଦେଲେ ରାଜ୍ୟପାଳ
ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗଦେଲେ ରାଜ୍ୟପାଳ

ଅନୁଗୋଳ: ଜିଲ୍ଲାର ଆୟୋଜିତ ରାଜ୍ୟର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଆଜି ଉଦଯାପିତ ହୋଇଛି । ଏକଲ ଅଭିଯାନ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ରାଜ୍ୟ ସ୍ଥାରୀୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ନାଲକୋ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ଖେଳକୁଦ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତିନିଦିନ ଧରି ଆୟୋଜିତ ହୋଇଥିଲା ଏହି ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା । ଆମ ଭାରତବର୍ଷକୁ କେବଳ ମାଆ ଆଖ୍ୟା ଦିଆଯାଏ । ଅନ୍ୟ କୌଣସି ଦେଶ ନିଜ ଦେଶକୁ ମାଆର ଆଖ୍ୟା ଦେଇନଥାନ୍ତି । ମାଆର ଯେଉଁ ସମତା, ସମର୍ପଣ ଓ ସହନଶୀଳତା କେବଳ ଭାରତ ବର୍ଷରେ ହିଁ ଦେଖାଯାଏ । ଛୋଟ ଛୋଟ ପିଲାମାନଙ୍କ ପାଖରେ ହିଁ ମାତୃସ୍ନେହ, ନିର୍ମାୟା ଏବଂ ନିଷ୍କପଟ ଭାବ ଦେଖାଯାଏ ।

ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗଦେଲେ ରାଜ୍ୟପାଳ

ଏହା ବି ପଢନ୍ତୁ- ଧାନକ୍ଷେତ ଉଜାଡୁଛନ୍ତି ହାତୀପଲ, ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଜାତିର ଜନକ ମହାତ୍ମାଗାନ୍ଧୀ ଅନୁଭବ କରିଥିଲେ ଯେ ଗ୍ରାମ ସ୍ବରାଜ କେବଳ ଗ୍ରାମାଞ୍ଚଳ ବା ବନବାସୀଙ୍କ ଦ୍ବାରା ହିଁ ସମ୍ଭବ ହୋଇପାରିବ । ଏହା ସହର ବା ନଗରବାସୀଙ୍କ ଦ୍ବାରା ସମ୍ଭବ ନୁହେଁ । ଯେକୌଣସି କାର୍ଯ୍ୟ ଗ୍ରାମାଞ୍ଚଳରୁ ହିଁ ଆରମ୍ଭ କଲେ ସଫଳ ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ମତ ବ୍ୟକ୍ତ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଖେଳକୁଦ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ଏକଲ ଅଭିଯାନ ଓଡିଶା ସମ୍ଭାଗର ସଭାପତି ଅଶୋକ କୁମାର ମୁଦୁଲି, ସମ୍ପାଦକ ରଥୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ଵ ଡିଆଁ ସହ କବାଡି଼ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ତେବେ ଏ ନେଇ ଆୟୋଜକ ଅଶୋକ କୁମାର ମୁଦୁଲି କହିଛନ୍ତି, " ପ୍ରତିଭାବାନ ଖେଳାଳିଙ୍କୁ ଦିଲ୍ଲୀପ ତିର୍କୀଙ୍କ ଭଳି କିପରି ଜାତୀୟ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ଏହି ପ୍ରତିଯୋଗିତାରେ ୪୪୮ ପିଲା ଭାଗ ନେଇଥିବା ବେଳେ ଜାତୀୟ ସ୍ତରରେ ଖେଳିବା ପାଇଁ ୩୨ ଜଣ ମନୋନୀତ ହୋଇଛନ୍ତି ।" ସେପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ପୁରସ୍କାର ଗ୍ରହଣ କରି ଖୁସିବ୍ୟକ୍ତ କରିଛନ୍ତି କୃତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details