ଅନୁଗୁଳ: ଜିଲ୍ଲାର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ସ୍ଵତନ୍ତ୍ର ଜିଲ୍ଲା ପରିଷଦର ବୈଠକ । ବୈଠକରେ ଜିଲ୍ଲାର ସ୍ବାସ୍ଥ୍ୟାବସ୍ଥା, ପାନୀୟ ଜଳ, ଗମନାଗମନ ଭଳି ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିକାଶ ପାଇଁ ଏହି ବୈଠକ ଗୁରତ୍ବବହନ କରୁଥିବାବେଳେ ଏଠାରେ ଦେଖିବାକୁ ମିଳିଥିଲା କିଛି ଅଜବ ଦୃଶ୍ୟ ।
ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ହେଲେ ସେମାନେ ବୈଠକରେ ଭାଗନେଇ ନିଜ ବିଭାଗ ସମ୍ପର୍କରେ କହିବେ କ’ଣ ସମସ୍ତେ ନିଘୋଡ ନିଦରେ ଶୋଇ ରହିଥିଲେ । ଯାହାର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ ସରକାରୀ ବାବୁମାନେ କିଭଳି ଅଚିନ୍ତା ନିଦରେ ଶୋଇ ଯାଇଛିନ୍ତି । ଗୋଟେ ପଟେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ବିଭାଗୀୟ ଅଧିକାରୀ ଶୋଇ ପଡିବା ସେମାନଙ୍କ କାର୍ଯ୍ୟକରିତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଅନ୍ୟପଟେ ଆଉ କିଛି ଅଧିକାରୀ ନିଜ ନିଜ ମୋବାଇଲରେ ବ୍ୟସ୍ତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏନେଇ କେହି କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି ।