ଅନୁଗୋଳ: 2 ମାସରୁ ଊର୍ଦ୍ଧ୍ବ ହେବ ଲାଗୁ ହୋଇଥିବା ଲକଡାଉନ ପରେ ମଙ୍ଗଳବାର ଅନୁଗୋଳରୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ତିନୋଟି ବସ ଅନୁଗୋଳରୁ ଫୁଲବାଣୀ, ଜୟପୁର, ଓ ବାରିପଦାକୁ ଚଳାଚଳ ଆରମ୍ଭ କରିଛି ।
ଅନୁଗୋଳ ସରକାରୀ ବସ ଷ୍ଟାଣ୍ଡରୁ ବସ ଗୁଡିକ ନିର୍ଦ୍ଧାରିତ ସମୟରେ ଚାଲିବା ଆରମ୍ଭ କରିଛି । ତେବେ କୋରୋନା ଭୟରେ ବସ ଗୁଡିକରେ ଯାତ୍ରୀ ସଂଖ୍ୟା କମ ଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକେ ଏବେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।