ଓଡିଶା

odisha

By

Published : Sep 14, 2021, 10:16 AM IST

Updated : Sep 14, 2021, 12:36 PM IST

ETV Bharat / state

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ, ଓଲଟିଲା ୨୫ ବଗି

ଅନୁଗୋଳ ଭୋଗ ବେରିଣୀ ନିକଟରେ ମାଲବାହୀ ଟ୍ରେନ ଟ୍ରାକରୁ ଖସି ପଡିଛି । ପ୍ରବଳ ବର୍ଷା କାରଣରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନର ୨୫ଟି ବଗି ଖସି ଯାଇଛି । ଅଧିକ ପଢନ୍ତୁ...

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ, ୧୨ଟି ଟ୍ରେନ ବାତିଲ
ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ, ୧୨ଟି ଟ୍ରେନ ବାତିଲ

ଅନୁଗୋଳ:ମାଲାବାହୀ ଟ୍ରେନ ଲାଇନଚ୍ୟୁତ । ଅନୁଗୋଳ ଭୋଗ ବେରିଣୀ ନିକଟରେ ମାଲବାହୀ ଟ୍ରେନ ଟ୍ରାକରୁ ଖସି ପଡିଛି । ପ୍ରବଳ ବର୍ଷା କାରଣରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନର ୨୫ଟି ବଗି ଖସି ଯାଇଛି ।

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ, ଓଲଟିଲା ୨୫ ବଗି

ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ୍‌ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି । ମୃତାହତର ସୂଚନା ନାହିଁ । ମାଲବାହୀ ଟ୍ରେନଟି ଲାଇନ୍‌ଚ୍ୟୁତ ହେବାରୁ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ରାତିରେ ତାଲଚେର ରୋଡରୁ ଅନୁଗୋଳ ଅଭିମୁଖେ ଏକ ୫୬ ବଗି ବିଶିଷ୍ଟ ଗହମ ବୋଝେଇ ଟ୍ରେନ୍‌ ଯାଉଥିଲା । ରାତି ପ୍ରାୟ ୨ଟା ୫୦ରେ ଟ୍ରେନ ଟି ଭୋଗବେରଣୀ ନିକଟସ୍ଥ ପୋଲ ଅତିକ୍ରମ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁ ତାହା ଦବି ଯାଇଥିଲା । ଫଳରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଯାଇଥିଲା । ଟ୍ରେନ୍‌ର ୬ଟି କୋଚ ସହ ଇଞ୍ଜିନ ଲାଇନ୍‌ଚ୍ୟୁତ ହୋଇଯାଇଛି । ରେଲୱେର ବରିଷ୍ଠ ଅଧିକାରୀ, ଟେକନିକାଲ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଅନୁଗୋଳରୁୁ ସଂଗ୍ରମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 14, 2021, 12:36 PM IST

ABOUT THE AUTHOR

...view details