ଓଡିଶା

odisha

ETV Bharat / state

ଗଜଲକ୍ଷ୍ମୀଙ୍କ ଆଗମନ ପାଇଁ ମହକୁଛି ଅନୁଗୋଳ, କଟକଣା ପାଇଁ ନାହିଁ ଉତ୍ସାହ - ଗଜଲକ୍ଷ୍ମୀ ପୂଜା

ରାତି ପାହିଲେ ଅନୁଗୋଳରେ ପୂଜା ପାଇବେ ଐଶ୍ଚର୍ଯ୍ୟର ଦେବୀ ମା' ମହାଲକ୍ଷ୍ମୀ । ହେଲେ ପାର୍ବଣକୁ ଫିକା ପକାଇଛି କୋରୋନା ମହାମାରୀ । ଅଧିକ ପଢନ୍ତୁ...

ବିରାଯିବେ ମହାଲକ୍ଷ୍ମୀ, କଟକଣା ପାଇଁ ନାହିଁ ଉତ୍ସାହ
ବିରାଯିବେ ମହାଲକ୍ଷ୍ମୀ, କଟକଣା ପାଇଁ ନାହିଁ ଉତ୍ସାହ

By

Published : Oct 19, 2021, 2:11 PM IST

ଅନୁଗୋଳ:ରାତି ପାହିଲେ ଅନୁଗୋଳରେ ପୂଜାପାଇବେ ଐଶ୍ଚର୍ଯ୍ୟର ଦେବୀ ମା' ମହାଲକ୍ଷ୍ମୀ । ପୂଜା ପାଇଁ ସହର ଠାରୁ ଗାଁ ସବୁଠି ଉତ୍ସବର ମାହୋଲ ଭରିଯିବା କଥା । ହେଲେ ଏଥର ବି ମା' ଙ୍କ ଆଗମନ ପୂର୍ବ ବର୍ଷପରି ଲାଗିଛି କୋଭିଡର କଟକଣା ।

ବିରାଯିବେ ଧାନଦାତ୍ରୀ, କଟକଣା ପାଇଁ ନାହିଁ ଉତ୍ସାହ

ଧନଦାତ୍ରୀ ମା' ଗଜଲକ୍ଷ୍ମୀଙ୍କ ପୂଜା ଆସିଲେ ଅନୁଗୋଳ ଜିଲ୍ଲାର ପୁର ପଲ୍ଲୀ ସବୁଠି ମା'ଙ୍କୁ ଆବାହନ କରାଯାଏ । କୁମାର ପୂର୍ଣ୍ଣିମା ଠାରୁ ମା'ଙ୍କୁ ମଣ୍ଡପରେ ପୂଜା କରାଯାଇଥାଏ । ହେଲେ ଗତ ଦୁଇବର୍ଷ ହେବ ଏହି ପାର୍ବଣରେ ଲାଗିଛି କୋରନର କଟକଣା । ଚାରି ଫୁଟ ମୂର୍ତ୍ତୀ ଓ ଆବଦ୍ଧ ମଣ୍ଡପ ମଧ୍ୟରେ ମା'ଙ୍କୁ ପୂଜା କରାଯାଉଛି ।

ଆଉ ପୂର୍ବୋପରି ଜାକଜମକ ଦେଖିବାକୁ ମିଳୁନାହିଁ । କେବଳ ମଣ୍ଡପରେ କର୍ତ୍ତାଙ୍କ ଉପସ୍ଥିତିରେ ପୂଜା କରାଯାଉଛି । ପୂର୍ବରୁ କେବଳ ଅନୁଗୋଳ ସହରରେ 40 ରୁ ଅଧିକ ମଣ୍ଡପରେ ମା'ଙ୍କ ପୂଜା କରାଯାଇଥାଏ । ଏହା ବ୍ୟତୀତ ଜିଲ୍ଲାର ପାଲଲହାଡ, କଲମଛୁଇଁ, ଡ଼ଅଁରା ଆଦି ଅନ୍ୟ ସହର ଓ ଗ୍ରାମାଞ୍ଚଳରେ ବହୁ ଆଡ଼ମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା କରାଯାଏ ।

ମାତ୍ର ଦୁଇ ବର୍ଷ ହେବ ରାଜ୍ୟ ସରକାର ଜାରି କରିଥିବା କୋଭିଡ କଟକଣାକୁ ମାନି ସବୁ ପୂଜାମଣ୍ଡପରେ ପୂଜା କରାଯାଉଛି । ଏଥର ଦୁଇ ଦିନ ମା'ଙ୍କ ପୂଜା ପଡ଼ୁଥିବାରୁ କିଛି ମଣ୍ଡପରେ ଆଜି ଓ କିଛି ମଣ୍ଡପରେ ଆସନ୍ତାକାଲି ପୂଜା କରାଯାଉଛି । ସମସ୍ତେ କଟକଣାକୁ ମାନି ପୂଜା ମଣ୍ଡପରେ ମା'ଙ୍କ ପୂଜା ଚାଲିଛି । ପୂଜା ପରେ ଆସନ୍ତା ରବିବାର ମଧ୍ୟ କଟକଣା ମଧ୍ୟରେ ଭସାଣି କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details