ଅନୁଗୋଳ: ଓଡ଼ିଶାରେ ଆରମ୍ଭ ହେଇଥିବା ବାଜି ରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରବିବାର ରହିଥିଲା ସେମିଫାଇନାଲ ମ୍ୟାଚ । ଦୁଇଟି ସେମିଫାଇନାଲ ମ୍ୟାଚରେ 4 ଦଳ ମୁହାଁମୁହିଁ ହୋଇଥିଲେ । ଅନୁଗୋଳ କଦମ ପଡ଼ିଆରେ ଏହି ମ୍ୟାଚ ଖେଳାଯାଇଥିବାବେଳେ ପ୍ରଥମ ମ୍ୟାଚ ଚର୍ଚ୍ଚିଲ ବ୍ରଦର୍ଶ ଗୋଆ ଓ କଂକରେ ମୁମ୍ବାଇ ମଧ୍ୟରେ ହୋଇଥିଲା । ଏଥିରେ ଗୋଆ ବିଜୟୀ ହୋଇଥିଲା । ସେହିପରି ଦ୍ବିତୀୟ ମ୍ୟାଚ ହାଇଦ୍ରାବାଦ ଓ ରାଜସ୍ଥାନ ୟୁନାଇଟେଡ ମଧ୍ୟରେ ହୋଇଥିବାବେଳେ ଏଥିରେ ରାଜସ୍ଥାନ ବିଜୟୀ ହୋଇଥିଲା । ଫଳରେ ଉଭୟ ବିଜୟୀ ଦଳ ଆସନ୍ତା 8 ତାରିଖରେ ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ।
ଆଜିର ଟୁର୍ଣ୍ଣାମେଣ୍ଟରେ ଦୁଇଟି ଯାକ ସେମିଫାଇନାଲ ମ୍ୟାଚ୍ ବେଶ ରୋମାଞ୍ଚକର ରହିଥିଲା । ପ୍ରଥମ ମ୍ୟାଚ ଚର୍ଚ୍ଚିଲ ବ୍ରଦର୍ଶ ଗୋଆ ଓ କଂକରେ ମୁମ୍ବାଇ ମଧ୍ୟରେ ହୋଇଥିଲା । ପ୍ରଥମେ ଗୋଆ ଗୋଟିଏ ଗୋଲ୍ ସ୍କୋର କରିଥିବା ବେଳେ ଦ୍ଵତୀୟାର୍ଦ୍ଧରେ ଦଳ ପକ୍ଷରୁ ଆଉ 4ଟି ଗୋଲ୍ ସ୍କୋର କରାଯାଇଥିଲା । କିନ୍ତୁ ମୁମ୍ବାଇ ଦଳ ମାତ୍ର ଗୋଟିଏ ଗୋଲ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଗୋଆ 5-1 ବ୍ୟବଧାନରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲା ।