ଓଡିଶା

odisha

ETV Bharat / state

Global Handwashing Day: ଏକକାଳୀନ ହାତ ଧୋଇଲେ 5 ହାଜରରୁ ଅଧିକ ଛାତ୍ରଛାତ୍ରୀ - ଅନୁଗୋଳରେ ବିଶ୍ବ ହାତଧୁଆ ଦିବସ

୨୦୦୮ ମସିହାରୁ ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ବ ହାତଧୁଆ ଦିବସ ଭାବରେ ପାଳନ କରାଯାଇ ଆସୁଛି । ଏନେଇ ଆଜି ଅନୁଗୋଳ ଜିଲ୍ଲାରେ ଏହାକୁ ବ୍ୟାପକ ଭାବରେ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

Global Handwashing Day : ସାମୁହିକ ଭାବରେ ହାତ ଧୋଇଲେ ୫ ହଜାର ଛାତ୍ରଛାତ୍ରୀ
Global Handwashing Day : ସାମୁହିକ ଭାବରେ ହାତ ଧୋଇଲେ ୫ ହଜାର ଛାତ୍ରଛାତ୍ରୀ

By

Published : Oct 15, 2022, 7:57 PM IST

ଅନୁଗୋଳ: ଆଜି ବିଶ୍ବ ହାତଧୁଆ ଦିବସ । ୨୦୦୮ ମସିହାରୁ ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ବ ହାତଧୁଆ ଦିବସ ଭାବରେ ପାଳନ କରାଯାଇ ଆସୁଛି । ଏନେଇ ଆଜି ପଲ୍ଲୀରୁ ଦିଲ୍ଲୀ ସବୁଠି ବିଶ୍ବ ହାତଧୁଆ ଦିବସ ବଭିନ୍ନ ଅନୁଷ୍ଠାନରେ ପାଳନ କରାଯାଇଛି । ତେବେ ବିଶ୍ବ ହାତଧୁଆ ଦିବସ ଅବସରରେ ଅନୁଗୋଳ ଜିଲ୍ଲାରେ ଏହାକୁ ବ୍ୟାପକ ଭାବରେ ଆୟୋଜନ କରାଯାଇଥିଲା । ଏକାଠି ହୋଇଥିଲେ ଅନୁଗୋଳ ଜିଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ।

Global Handwashing Day : ସାମୁହିକ ଭାବରେ ହାତ ଧୋଇଲେ ୫ ହଜାର ଛାତ୍ରଛାତ୍ରୀ

ବ୍ୟାପକ ଭାବରେ ଆୟୋଜିତ ହୋଇଥିବା ହାତ ଧୁଆ ଦିବସରେ ଆନୁଗୋଳର ସାଢ଼େ ୫ହଜାର ଛାତ୍ରଛାତ୍ରୀ ସାମୁହିକ ଭାବେ ହାତ ଧୋଇଥିଲେ । ୟୁନିସେଫ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ପାଣ୍ଟିସ ଅନୁଷ୍ଠାନ ସହଯୋଗ କରିଥିଲେ । ସକାଳ ପ୍ରାୟ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ୟୁନିସେଫର ଅଧିକାରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ହାତ ଧୋଇବାକୁ ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ ବୋଲି ୟୁନିସେଫ ଅଧିକାରୀମାନେ କହିଥିଲେ । ନିଜେ ସ୍ବଚ୍ଛ ଓ ନିରୋଗ ରହିବାକୁ ହେଲେ ହାତ ଧୋଇବା ନିହାତି ଆବଶ୍ୟକ । କାରଣ ବିଭିନ୍ନ ପ୍ରକାର ଜୀବାଣୁ ହାତରୁ ହିଁ ଆମ ଶରୀରକୁ ପ୍ରବେଶ କରନ୍ତି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝା ଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲାରେ ଆଜି ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇ ସାମୁହିକ ଭାବେ ହାତ ଧୋଇଥିବାରୁ ଇଣ୍ଡିଆ ବୁକ ଅଫ ରେକର୍ଡ ଅନୁଷ୍ଠାର ଅଧିକାରୀମାନେ ଆସି କାର୍ଯ୍ୟକ୍ରମକୁ ରେକର୍ଡ଼ଭୁକ୍ତ କରିବାକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details