ଓଡିଶା

odisha

ETV Bharat / state

ଏକତରଫା ପ୍ରେମର ପରିଣାମ, ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବତୀ

ଅନୁଗୋଳରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବତୀ । ଏକତରଫା ପ୍ରେମ କାରଣରୁ ଏପରି ଘଟିଥିବା ସୂଚନା । ଅଧିକ ପଢନ୍ତୁ

ଏକତରଫା ପ୍ରେମର ପରିଣତି, ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବତୀ
ଏକତରଫା ପ୍ରେମର ପରିଣତି, ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବତୀ

By

Published : Dec 8, 2021, 10:34 AM IST

ଅନୁଗୋଳ:ଏକ ତରଫା ପ୍ରେମର ପରିଣତି, ଯୁବକର ଗୁପ୍ତାଙ୍ଗ କାଟିଦେଲେ ଯୁବତୀ । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ ।

ଜିଲ୍ଲାର ଆଠମଲ୍ଲିକ ଥାନା ତାଳବିଜେପୁର ଗାଁର ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି ଯୁବତୀ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ଡ଼ାକ୍ତରଖାନା ପଠାଯାଇଛି । ସୂଚନା ଅନୁସାରେ ସେ ତାଙ୍କ ଗାଁ ପାଖ ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଯାହାକୁ ନେଇ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details