ଅନୁଗୋଳ: ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀରର ମୃତଦେହ ଠାବ । ଅଭୟାରଣ୍ୟର ମହାନଦୀ ଗଣ୍ଡରେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖାଯିବା ପରେ ବନବିଭାଗ ମୃତ କୁମ୍ଭୀରକୁ ଉଦ୍ଧାର କରିଛି । ବିସ୍ପୋରକ ଲଗାଇ କୁମ୍ଭୀରଟିକୁ ମାରିଦିଆ ଯାଇଥିବା ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ ରାମ ସ୍ବାମୀ ପି ।
ସାତକୋଶିଆ ଗଣ୍ଡରୁ ଉଦ୍ଧାର ହେଲା ବିଶାଳ କୁମ୍ଭୀରର ମୃତଦେହ - Giant crocodile's body rescued from Satkoshia gorge
ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀରର ମୃତଦେହ ଠାବ । ବନ ବିଭାଗର ହତ୍ୟା ସନ୍ଦେହ। ପଢନ୍ତୁ ଅଧିକ....
ସାତକୋଶିଆ ଗଣ୍ଡରୁ ଉଦ୍ଧାର ହେଲା ବିଶାଳ କୁମ୍ଭୀରର ମୃତଦେହ, ହତ୍ୟା ସନ୍ଦେହ କରୁଛି ବନବିଭାଗ
କୁମ୍ଭୀର ଆକାରରେ ବିଶାଳ ହୋଇଥିବା ବେଳେ ଏହାର ବୟସ ପ୍ରାୟ 25 ବର୍ଷ ହେବ ବୋଲି ଅନୁମାନ କରୁଛି ବନ ବିଭାଗ । କୁମ୍ଭୀରଟିର ଶରୀରରେ ଏକଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଯୋଗୁଁ ତାକୁ ଉପରମୁଣ୍ଡରେ ହତ୍ୟା କରାଯାଇଥିବା ବେଳେ ମୃତଦେହ ଭାସି ଭାସି ଆସି ଗଣ୍ଡର ତଳମୁଣ୍ଡରେ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣା ପରେ କୁମ୍ଭୀର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ପାଇଥିବା ସାତକୋଶିଆ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ