ଓଡିଶା

odisha

ETV Bharat / state

ଉପରମୁଣ୍ଡରେ ବର୍ଷା: ଖୋଲିଲା ରେଙ୍ଗାଲୀ ଜଳଭଣ୍ଡାରର ଗୋଟିଏ ଗେଟ - ବନ୍ୟା ଜଳ ନିଷ୍କାସନ

ରେଙ୍ଗାଲୀ ଡ୍ୟାମର ଉପର ମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ଯୋଗୁ ବନ୍ୟା ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରରୁ ଗୋଟିଏ ଗେଟ ଖୋଲାଯାଇଛି । ଲଘୁଚାପଜନିତ ବର୍ଷା ଯୋଗୁଁ ଡ୍ୟାମରେ ଜଳ ପରିପୂର୍ଣ୍ଣ ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

By

Published : Oct 26, 2019, 2:32 PM IST

ଅନୁଗୋଳ: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଷଷ୍ଠ ଥର ପାଇଁ ଖୋଲିଲା ରେଙ୍ଗାଲୀ ଜଳ ଭଣ୍ଡାର ଗେଟ । ଗୋଟିଏ ଗେଟ ଦେଇ ବନ୍ୟାଜଳ ଛଡାଯାଉଛି । ଡ୍ୟାମରେ ଆହୁରି ଅଧିକ ଜଳ ପ୍ରବେଶ କରେ, ତେବେ ଅଧିକ ଗେଟ ଖୋଲାଯିବ ବୋଲି ଡ୍ୟାମର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଲଘୁଚାପ ଜନିତ ବର୍ଷାରେ ରେଙ୍ଗାଲୀ ଜଳ ଭଣ୍ଡାରରେ ଜଳର ପରିମାଣ ବୃଦ୍ଧି ପାଇଛି । ଫଳରେ ପୁଣି ରେଙ୍ଗାଲୀ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମର ଉପର ମୁଣ୍ଡରେ ଅଧିକ ପରିମାଣରେ ବର୍ଷା ଯୋଗୁଁ ରେଙ୍ଗାଲୀ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

ଜଳ ଭଣ୍ଡାର କର୍ତ୍ତୃପକ୍ଷ ୧ ସ୍ଲୁଇସ ଗେଟ ଖୋଲିଛନ୍ତି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୧୨୩.୫୦ ଘନ ମିଟର ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୪୫୬ ଘନମିଟର ଜଳ ପ୍ରବେଶ କରୁଛି । ସେହିପରି ଗୋଟିଏ ଗେଟ ଓ ପାୱାର ଚ୍ୟାନେଲ ଦେଇ ୨୨୨୧ ଘନମିଟର ଜଳ ନିଷ୍କାସିତ କରାଯାଉଛି ।ଏହି ବନ୍ୟାଜଳ ବ୍ରାହ୍ମଣୀ ନଦୀ ଓ ତାର ଉପ ନଦୀମାନଙ୍କରେ ପ୍ରବାହିତ ହେଉଛି ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details