ଅନୁଗୋଳ: ଜିଲ୍ଲା ବଅଁରପାଳ ବ୍ଲକ ନୂଆହାତା ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟିବାରୁ ସର୍ବସ୍ବାନ୍ତ ହୋଇଛି ଗୋଟିଏ ପରିବାର । ଗାଁର ସତ୍ୟାନନ୍ଦ ଧୀରଙ୍କ ଘରେ ଘଟିଛି ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ସତ୍ୟାନନ୍ଦ ଧୀରଙ୍କ 4 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି ।
ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାର ସର୍ବସ୍ବାନ୍ତ - GAS TANK BLAST
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହାତା ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟିବାରୁ ସର୍ବସ୍ବାନ୍ତ ହୋଇଛି ଗୋଟିଏ ପରିବାର ।
![ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାର ସର୍ବସ୍ବାନ୍ତ](https://etvbharatimages.akamaized.net/etvbharat/prod-images/768-512-3586714-537-3586714-1560788858753.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଘର ଭିତରେ ଥିବା ସବୁ ଲୁଗାପଟା, ଧାନ ଚାଉଳ, ବାସନ କୁସନ ଓ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ବଅଁରପାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Jun 19, 2019, 5:27 PM IST