ଓଡିଶା

odisha

ETV Bharat / state

ଗେଲ ପାଇପ ଲାଇନରୁ ଗ୍ୟାସ ଲିକ, ଭୟଭୀତ ଲୋକେ ! - ଗେଲ ଇଣ୍ଡିଆର ଗ୍ୟାସ ପାଇପରେ ଲିକ୍

ଅନୁଗୋଳ ବଅଁପାଳ ଥାନା ପିଙ୍ଗୁଆ ଗାଁ ନିକଟରେ ଗେଲ ଇଣ୍ଡିଆର ଗ୍ୟାସ ପାଇପରେ ଲିକ୍ ଘଟଣା । ଗେଲ ଇଣ୍ଡିଆ ମୁଖ୍ୟ ପରିଚାଳକ ଓ ନିରାପତ୍ତା ଦଳ ଘଟଣା ସ୍ଥଳରେ ପହଞ୍ଚି ଲିକେଜକୁ ମରାମତି କରିଛନ୍ତି। ଅଧିକ ପଢନ୍ତୁ

ଗେଲ ଇଣ୍ଡିଆର ଗ୍ୟାସ ପାଇପରେ ଲିକ୍
ଗେଲ ଇଣ୍ଡିଆର ଗ୍ୟାସ ପାଇପରେ ଲିକ୍

By

Published : Jun 15, 2023, 7:38 PM IST

Updated : Jun 15, 2023, 9:17 PM IST

ଗେଲ ଇଣ୍ଡିଆର ଗ୍ୟାସ ପାଇପରେ ଲିକ୍

ଅନୁଗୋଳ: ଅନୁଗୋଳ ଦେଇଯାଇଥିବା ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନରେ ଲିକ୍‌ ଘଟଣା । ବନ୍ଦ ହେଲା ଗେଲ ଇଣ୍ଡିଆର ଗ୍ୟାସ (Gail (India) Limited) ଲିକ୍‌ । ଅନୁଗୋଳ ଉପ ଜିଲ୍ଲାପାଳଙ୍କ ସହ ଗେଲ ଇଣ୍ଡିଆର ପୁରା ଟିମର ପଦକ୍ଷେପ ପରେ ବନ୍ଦ ହେଲା ଗ୍ୟାସ ଲିକ୍‌ । ଯାହା ପରେ ଗ୍ରାମବାସୀ ଆଶ୍ବସ୍ତ ହୋଇଛନ୍ତି । ଆଜି ପ୍ରାୟ ଦିନ 2ଟା ସମୟରେ ଅନୁଗୋଳ ଜିଲ୍ଲାର ବଅଁରପାଳ ତହସିଲ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ନିକଟରେ ଥିବା ଏକ ସବଷ୍ଟେସନରେ ଗ୍ୟାସ ଲିକ୍ ହେଉଥିଲା । ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ଭାଲବ କଟି ପ୍ରାକୃତିକ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଗ୍ୟାସ ପାଇପ ଫାଟିବାର ପ୍ରଚଣ୍ଡ ଶବ୍ଦରେ ଆଖ ପାଖର ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ । ସୌଭାଗ୍ୟ ବଶତଃ ସେହି ସବ-ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ଓ 200ମିଟର ଦୂରରେ ଥିବା ଗ୍ରାମବାସୀଙ୍କର କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇନାହିଁ ।

ଦୁର୍ଘଟଣା ଘଟିବାର ଖବର ପାଇ ତୁରନ୍ତ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣା ସ୍ଥଳକୁ ସାଧାରଣ ଜନତାଙ୍କୁ ନଯିବାକୁ ପରାମର୍ଶ ଦେଇଥିଲେ । ଏହାସହ ଅନୁଗୋଳ ଉପ ଜିଲ୍ଲାପାଳ ବୈତୁରା ଦୀପ ସଦଳବଳେ ଅତିରିକ୍ତ ତହସିଲଦାର ବନରପାଲ , ଉପଖଣ୍ଡ ପୋଲିସ ଅଧିକାରୀ , ଅନୁଗୋଳ, ବଅଁପାଳ, ନାଲକୋ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ।

କୌଣସି ଲୋକକୁ ସେ ସ୍ଥାନକୁ ଛଡା ଯାଇ ନଥିଲା । ଅଘଟଣ ଏଡ଼ାଇବା ପାଇଁ ଦମକଳବାହିନୀ ସଜାଗ ରହିଥିଲେ । ଗେଲ ଇଣ୍ଡିଆ ମୁଖ୍ୟ ପରିଚାଳକ ଓ ନିରାପତ୍ତା ଦଳ ଘଟଣା ସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଲିକେଜ ହୋଇଥିବା ସ୍ଥାନକୁ ତୁରନ୍ତ ମରାମତି କରିଥିଲେ । ଭୟଭୀତ ଅବସ୍ଥାରେ ଥିବା ଆଖପାଖ ଗ୍ରାମବାସୀଙ୍କ ସହ ଉପଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଆଲୋଚନା ଓ ବୁଝାସୁଝା କରି ସେମାନଙ୍କ ମନରୁ ଭୟ ଦୂର କରିଥିଲେ। ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଯୋଗୁଁ ଗୋଟିଏ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଥିଲା ବୋଲି ଗ୍ରାମବାସୀ କହିଛନ୍ତି । ଏଥିପାଇଁ ଉପଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ଅଧିକ ପଢ଼ନ୍ତୁ: Mishap at Steel Plant: ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟି ୧୯ ଗୁରୁତର

ତେବେ ଗତ13 ତାରଖରେ ଢେଙ୍କାନାଳ କଣ୍ଟାବଣିଆ ମେରାମଣ୍ଡଳୀ ସ୍ଥିତ ଟାଟାରେ ଏକ ବଡ ଧରଣର ଅଘଟଣ ଘଟିଥିଲା। ଟାଟ ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ ପାଇପ୍ ଲାଇନ୍ ଫାଟିଯିବା କାରଣରୁ ବିସ୍ଫୋରଣ ଘଟିଥିଲା । ଏହି ଅଘଟଣରେ ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ଗୁରୁତର ହୋଇଥିଲା । ୧୯ ଗୁରୁତରଙ୍କୁ କଟକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : Jun 15, 2023, 9:17 PM IST

ABOUT THE AUTHOR

...view details