ଓଡିଶା

odisha

ETV Bharat / state

କୋଇଲା ନଗରୀରେ ଗଣେଶ ପୂଜା, ସଜେଇ ହେଲାଣି ତାଳଚେର - ଗଣେଶ ପୂଜା

ପ୍ରତିବର୍ଷ ତାଳଚେରରେ ଧୁମଧାମରେ ପାଳିତ ହୁଏ ଗଣେଶ ପୂଜା । ଚଳିତ ବର୍ଷ ପ୍ରାୟ ଶହେରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଇବେ ଗଜାନନ । ଅଧିକ ପଢନ୍ତୁ

କୋଇଲା ନଗରୀରେ ଗଣେଶ ପୂଜା, ସଜେଇ ହେଲାଣି ତାଳଚେର
କୋଇଲା ନଗରୀରେ ଗଣେଶ ପୂଜା, ସଜେଇ ହେଲାଣି ତାଳଚେର

By

Published : Aug 30, 2022, 8:06 PM IST

ଅନୁଗୋଳ: ରାତି ପାହିଲେ ଗଣେଶ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ ଜିଲ୍ଲା ତାଳଚେର ସହର । ପ୍ରତିବର୍ଷ ତାଳଚେରରେ ଖୁବ ଧୁମଧାମରେ ପାଳିତ ହୁଏ ଗଣେଶ ପୂଜା । କିନ୍ତୁ ଗତ ଦୁଇବର୍ଷ କୋରୋନା ଯୋଗୁଁ ଫିକା ପଡିଥିବାରୁ ଚଳିତ ବର୍ଷ ଗଣେଶ ପୂଜାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅଞ୍ଚଳବାସୀ । ଚଳିତ ବର୍ଷ ପ୍ରାୟ ଶହେରୁ ଉର୍ଦ୍ଧ୍ବ ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଇବେ । ଏଥିପାଇଁ ପ୍ରତ୍ୟେକ ମଣ୍ଡପରେ ସାଜସଜ୍ଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସାଜସଜ୍ଜାକୁ ନେଇ ପୂଜା ମଣ୍ଡପ ଗୁଡିକରେ ପ୍ରତିଯୋଗୀତା ମଧ୍ୟ ଦେଖିବାକୁ ମିଳିଛି ।

କୋଇଲା ନଗରୀରେ ଗଣେଶ ପୂଜା, ସଜେଇ ହେଲାଣି ତାଳଚେର


ଅନ୍ୟପଟେ ମୂର୍ତ୍ତି ତିଆରି କରି ଭଲ ଦୁଇ ପଇସା ରୋଜଗାର ନେଇ କାରିଗର ମାନେ ମଧ୍ୟ ବେଶ ଖୁସି ଅଛନ୍ତି । କାହିଁକିନା ଗତଦୁଇ ବର୍ଷ କୋରୋନା ତାଙ୍କ କୂଳ ବେଉସା ଛଡାଇ ନେଇଥିଲା ଫଳରେ ହାତ ବାନ୍ଧି ବସିଥିଲେ କାରିଗର । କିନ୍ତୁ ଚଳିତ ବର୍ଷ କଟକଣା ନଥିବାରୁ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ହାତରେ ଆଉ ମାତ୍ର କମ ସମୟ ଥିବାରୁ ଭଳିକି ଭଳି ମୃର୍ତ୍ତି ଗଢି ଏବେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।

ତାଳଚେର କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଓ ଭସାଣ ଉତ୍ସବକୁ କିଭଳି ଶାନ୍ତି ଶୃଂଖଳାର ସହ କରାଯିବ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ସମସ୍ତ ପୂଜା କମିଟି ମାନେ ନିର୍ଦ୍ଧାରିତ ହୋଇଥିବା ନିୟମ ଗୁଡିକ ପାଳନ କରିବା ସହିତ ଶାନ୍ତି ଶୃଂଖଳା ବଜାୟ ରଖିବାକୁ କେନ୍ଦ୍ରୀୟ ପୂଜା କମିଟି ଆଗରେ ପ୍ରତିଶୃତି ଦେଇଛନ୍ତି । ତାଳଚେର କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟ ରଞ୍ଜିତ ମହାପାତ୍ର କହିଛନ୍ତି, " ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଳଚେର । ଶହେରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ଗଣନାଥ । କେନ୍ଦ୍ରିୟ ପୂଜା କମିଟି ପକ୍ଷରୁ ଦୁଇଟି ବିଭାଗରେ ପ୍ରତିଯୋଗୀତା ହୋଇଥାଏ । ବିଭାଗ କ ଓ ବିଭାଗ ଖରେ ଏହି ପ୍ରତିଯୋଗୀତା ହୋଇଥାଏ । ଏଥିରେ ପାଖାପାଖି ୬୦ଟି ପୂଜା କମିଟି ଭାଗ ନେଇଥାନ୍ତି ।"

ସେପଟେ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜାକୁ ନେଇ ବିଦ୍ୟୁତ ଜଳ ଓ ପରିମଳ ବ୍ୟବସ୍ଥାକୁ ସଠିକ ରୂପେ ପରିଚାଳନା କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ମୂର୍ତ୍ତି ଗୁଡିକ ବିସର୍ଜନ କରାଯିବା ପାଇଁ ବ୍ରାହ୍ମଣୀ ନଦୀ କୂଳରେ ଦୁଇଟି ଅସ୍ଥାୟୀ ପୋଖରୀ ନର୍ମାଣ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details