ଓଡିଶା

odisha

ETV Bharat / state

11ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନହର୍ତ୍ତା, ଭାବବିହ୍ବଳ ଭକ୍ତ - ଅନପୃୁଗୋଳରେ ଗଣେଶ ବିସର୍ଜନ

ଶେଷ ହୋଇଛି ତାଳଚେରର ଗଣପର୍ବ ଗଣେଷ ପୂଜା । ସବୁଥର ପରି ପୂଜା ଯେଉଁଭଳି ଆକର୍ଷଣୀୟ ଥିଲା, ତାଠାରୁ ଅଧିକ ଆକର୍ଷଣୀୟ ଥିଲା ବିସର୍ଜନ ଉତ୍ସବ ।

11 ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନହର୍ତ୍ତା, ଭାବବିହ୍ବଳ ଭକ୍ତ

By

Published : Sep 14, 2019, 10:54 PM IST

ଅନୁଗୋଳ: ଶେଷ ହୋଇଛି ତାଳଚେରର ଗଣପର୍ବ ଗଣେଷ ପୂଜା । ସବୁଥର ପରି ପୂଜା ଯେଉଁଭଳି ଆକର୍ଷଣୀୟ ଥିଲା, ତାଠାରୁ ଅଧିକ ଆକର୍ଷଣୀୟ ଥିଲା ବିସର୍ଜନ ଉତ୍ସବ । ମେଳଣ ଶୋଭାଯାତ୍ରାରେ ସାମିଲ ହୋଇଥିଲା ମୋଟ 31ଟି ମେଢ । ଏଥର ଆଜ୍ଞା ମାଳ ଓ ଆଜ୍ଞା ଲଡୁ ନିଲାମ ହୋଇଥିଲା 7 ଲକ୍ଷ 50 ହଜାର ଟଙ୍କାରେ ।

11 ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନହର୍ତ୍ତା, ଭାବବିହ୍ବଳ ଭକ୍ତ

ତେବେ 2 ତାରିଖରୁ ଆରମ୍ଭ ହୋଇଥିବା ତାଳଚେରର ପ୍ରସିଦ୍ଧ ଗଣେଷ ପୂଜାର ଶନିବାର ଅନୁଷ୍ଠିତ ହୋଉଛି ଭଷାଣ ଶୋଭାଯାତ୍ରା । ସହର ଗଳିକନ୍ଦି, ସାହି ବସ୍ତି ସବୁଠି 11ଦିନ ଧରି ଗଜାନନଙ୍କୁ ମହାଆଡମ୍ବର ସହକାରେ ପୂଜା କରାଯାଇଥିଲା ।


କେବଳ ପୂଜା ନୁହେଁ ଏହାର ଭଷାଣ ମଧ୍ୟ ସେତିକି ଆକର୍ଷଣୀୟ ହୋଇଥିଲା । ଜିଲ୍ଲା ପ୍ରଶାନଠାରୁ ଆରମ୍ଭ କରି ସମସ୍ତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ଏହା 1ଲକ୍ଷରୁ ନିଲାମ ଆରମ୍ଭ ହୋଇ 7 ଲକ୍ଷ 50 ହଜାର ଟଙ୍କାରେ ଶେଷ ହୋଇଥିଲା । ଏହାକୁ ନିଲାମ ନେଇଥିଲେ ତାଳଚେର ଲାଲ ବାଗ ରାଜା ଅନୁଷ୍ଠାନ ।

ଲଡୁ ନିଲାମ ପରେ ଆରମ୍ଭ ହୋଇଥିଲା ଭଷାଣ ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ 31ଟି ପୂଜା ମଣ୍ଡପ । ସ୍ଵତନ୍ତ୍ର ଗାଡିରେ ବିଘ୍ନନାଶନଙ୍କ ସୁସଜ୍ଜିତ ମେଢ ବଡ ଦାଣ୍ଡ ସାହି ମେଳଣ ପଡିଆରୁ ବାହାରିଥିଲା ଶୋଭା ଯାତ୍ରାରେ ।
ଏହାସହ ପାରମ୍ପରିକ ବାଦ୍ୟ ଯେପରି ଶଙ୍ଖ, ଘଣ୍ଟ ଓ ମାଦଳର ତାଳରେ କମ୍ପି ଉଠିଥିଲା ସମଗ୍ର କୋଇଲା ନଗରି ।

ତେବେ ଦିନ 12ଟାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିବ । ଭଷାଣ ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details