ଓଡିଶା

odisha

By

Published : Oct 20, 2019, 8:28 AM IST

ETV Bharat / state

ଗାନ୍ଧୀ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅବସରରେ ସ୍ବଚ୍ଛ ଭାରତ, ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବେ ଓ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ

ଅନୁଗୋଳ: ଗାନ୍ଧୀ ସଂକଳ୍ପ ସମାବେଶ ଅବସରରେ ଅନୁଗୋଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ପରେ ଆୟୋଜିତ ହୋଇଯାଇଛି । ଏହି ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ


ଗାଁ ଗାଁରେ ଲୋକେ କିଭଳି ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛ ଭାରତ, ସମୃଦ୍ଧ ଭାରତବାଣୀକୁ କାର୍ଯ୍ୟକାରୀ କରିବେ ସେନେଇ ସେ ଲୋକଙ୍କୁ ବୁଝାଇଥିଲେ । ମହାତ୍ମା ଗାନ୍ଧୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଭଳି ଭାବେ ପ୍ରଚେଷ୍ଟା କରୁଛନ୍ତି ଆମେ ସମସ୍ତେ ସେହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି । କିଭଳି ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବେ ଓ ବ୍ୟାପକ ବୃକ୍ଷ ରୋପଣ କରିବେ ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଶପଥ କରାଇଛନ୍ତି ।

ଏହି ସମାବେଶରେ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଚୌଧୁରୀ ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details