ଓଡିଶା

odisha

ETV Bharat / state

କଟକଣା ମଧ୍ୟରେ ଅନୁଗୋଳରେ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା - ଅନୁଗୋଳ ଲକ୍ଷ୍ମୀପୂଜା ଖବର

ଅନୁଗୋଳ ଜିଲ୍ଲାରେ ମା' ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ 200ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ । ଅଧିକ ପଢନ୍ତୁ....

କଟକଣା ମଧ୍ୟରେ ଅନୁଗୋଳରେ ଆରମ୍ଭ ହୋଇଛି ଗଜଲଷ୍ମୀ ପୂଜା
କଟକଣା ମଧ୍ୟରେ ଅନୁଗୋଳରେ ଆରମ୍ଭ ହୋଇଛି ଗଜଲଷ୍ମୀ ପୂଜା

By

Published : Oct 31, 2020, 8:18 PM IST

Updated : Oct 31, 2020, 8:41 PM IST

ଅନୁଗୋଳ: କୋରୋନା କଟକଣା ମଧ୍ୟରେ ଅନୁଗୋଳରେ ଆଜି(ଶନିବାର) ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଆସନ୍ତାକାଲି(ରବିବାର) ପ୍ରତ୍ୟୁଷରୁ ସବୁ ମଣ୍ଡପରେ ମା' ଗଜଲକ୍ଷ୍ମୀ ପୂଜା ପାଇବେ ।

ଏଥର ପୂର୍ଣ୍ଣିମା ଦୁଇଦିନ ପାଳନ ହେଉଥିବାରୁ ଆଜି କେତେକ ମଣ୍ଡପରେ ମା'ଙ୍କ ପୂଜା ଆରମ୍ଭ ହୋଇଛି । ଚଳିତ ବର୍ଷ କୋରୋନା କଟକଣାକୁ ଅନୁସରଣ କରି ଗଜଲକ୍ଷ୍ମୀ ପୂଜା ପାଳନ କରାଯାଉଛି । ତେବେ ସାରା ରାଜ୍ୟରେ ମୋଟ 200ଟି ମଣ୍ଡପରେ ମା' ଗଜଲକ୍ଷ୍ମୀ ପୂଜା ପାଉଥିବାବେଳେ କେବଳ ଅନୁଗୋଳ ସହରରେ 32ଟି ମଣ୍ଡପରେ ପୂଜା ପାଉଛନ୍ତି ।

କଟକଣା ମଧ୍ୟରେ ଅନୁଗୋଳରେ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

କେତକ ପୂଜା ମଣ୍ଡପରେ ଆଜି ପୂଜା ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ପ୍ରତ୍ୟୁଷରୁ ମାଙ୍କ ପୂଜା ଆରମ୍ଭ ହେବ । ଏଥିପାଇଁ ପୂଜାକମିଟି କର୍ମକର୍ତ୍ତା ପ୍ରସ୍ତୁତ ହେଉଛନ୍ତି । କଟକଣା ମଧ୍ୟରେ 7 ଜଣ କର୍ମକର୍ତ୍ତାଙ୍କୁ ନେଇ ପୂଜାକାର୍ଯ୍ୟ ଆରମ୍ଭ ହେବ । ତେବେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୌଣସି ମଣ୍ଡପରେ ତୋରଣ ନିର୍ମାଣ କରାଯାଇ ନ ଥିବାବେଳେ ମୂର୍ତ୍ତିର ଉଚ୍ଚତା 3ରୁ 4 ଫୁଟ ମଧ୍ୟରେ ରଖାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 31, 2020, 8:41 PM IST

ABOUT THE AUTHOR

...view details