ଅନୁଗୋଳ: ମା' ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ମହାଲକ୍ଷ୍ମୀ । ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏଥର ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା'ଙ୍କର ପୂଜା ବେଶ ଧୁମଧାମରେ ଆରମ୍ଭ ହୋଇଛି । କେବଳ ସହର ମଧ୍ୟରେ 50ଟି ମଣ୍ଡପରେ ମା' ଧନଦାତ୍ରୀଙ୍କୁ ଆବାହନ କରାଯାଇଛି ।
ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । କୁମାରପୂର୍ଣ୍ଣିମା ଦିନ ଠାରୁ ମା'ଙ୍କୁ ଆବାହନ ବିଧି ରହିଥିବା ବେଳେ ସମସ୍ତ ମଣ୍ଡପରେ ମା'ଙ୍କର ବିଧିପୂର୍ବକ ପୂଜା ହୋଇଛି । ରବିବାର ବିଳମ୍ବିତ ରାତିରେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତା ମାନେ ଗଙ୍ଗା ଆବାହନ କରିବା ସହ ପୂଜକର ମନ୍ତ୍ର ଧ୍ବନୀରେ ଆବାହନ ପୂଜା କରିଥିଲେ । ମା'ଙ୍କର ପ୍ରାଣ ପ୍ରତିଷ୍ଠା ଚକ୍ଷୁ ଦାନ ପରେ ସୋଡ ଶହ ଉପଚାରରେ ପୂଜା ଆରମ୍ଭ ହେଉଛି । ପୂଜା ପାଇଁ ସମଗ୍ର ଅନୁଗୋଳ ସହର ରଙ୍ଗୀନ ଆଲୋକରେ ସଜେଇ ହୋଇଛି । ସହର ସାରା ଛାଇ ଯାଇଛି ଆଲୋକର ମାଳା ।