ଓଡିଶା

odisha

ETV Bharat / state

ଅନୁଗୋଳରେ ଆରମ୍ଭ ହେଲା ଗାଁ ଆମ୍ବ ପସରା, ଦୂରହେବ ଆମ୍ବ ଚାଷୀଙ୍କ ଦୁଃଖ

ଏବେ ଦୂର ହେବ ଅନୁଗୋଳ ଆମ୍ବ ଚାଷୀଙ୍କ ଦୁଃଖ । ଚାଷୀଙ୍କଠୁ ଆମ୍ବ କିଣି ଗ୍ରାହକଙ୍କୁ ସୁବିଧାରେ ଆମ୍ବ ଯୋଗାଇବାର ଲକ୍ଷ୍ୟ ରଖି ଜିଲ୍ଲାରେ ଆରମ୍ଭ ହେଲା ମ୍ୟାଙ୍ଗୋ ଅନ୍ ହୁଇଲ୍ କାର୍ଯ୍ୟକ୍ରମ ବା ଗାଁ ଆମ୍ବ ପସରା । ଅଧିକ ପଢନ୍ତୁ...

By

Published : Jun 5, 2021, 12:55 PM IST

ଅନୁଗୋଳରେ ଆରମ୍ଭ ହେଲା ଗାଁ ଆମ୍ବ ପସରା, ଦୂରହେବ ଆମ୍ବ ଚାଷୀଙ୍କ ଦୁଃଖ
ଅନୁଗୋଳରେ ଆରମ୍ଭ ହେଲା ଗାଁ ଆମ୍ବ ପସରା, ଦୂରହେବ ଆମ୍ବ ଚାଷୀଙ୍କ ଦୁଃଖ

ଅନୁଗୋଳ: ଦୂର ହେବ ଆମ୍ବ ଚାଷୀଙ୍କ ଦୁଃଖ । ଚାଷୀ ପାଇବେ ନିଜ ଉତ୍ପାଦନର ଉଚିତ ମୂଲ୍ୟ । ଏଭଳି ଲକ୍ଷ୍ୟରେ ଆଜି(ରବିବାର) ଅନୁଗୋଳରେ ଗଡ଼ିଛି ମ୍ୟାଙ୍ଗୋ ଅନ ହୁଇଲ । ଚାଷୀଙ୍କଠୁ ଆମ୍ବ କିଣି ଗ୍ରାହକଙ୍କୁ ସୁବିଧାରେ ଆମ୍ବ ଯୋଗାଇବାକୁ ଲକ୍ଷ ରଖି ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମ ।

ଅନୁଗୋଳରେ ଆରମ୍ଭ ହେଲା ଗାଁ ଆମ୍ବ ପସରା, ଦୂରହେବ ଆମ୍ବ ଚାଷୀଙ୍କ ଦୁଃଖ

ଆଜି ଠାରୁ ଅନୁଗୋଳରେ ଗଡ଼ିଲା ମ୍ୟାଙ୍ଗୋ ଅନ ହୁଇଲ ଗାଡ଼ି । ଜିଲାର ଆମ୍ବ ଚାଷୀଙ୍କୁ ବଜାର ସୁବିଧା ଯୋଗାଇବା ଲକ୍ଷ୍ୟରେ ଓରମାସ, ମିଶନ ଶକ୍ତି, ଜିଲ୍ଲା ଉଦ୍ୟାନ ବିଭାଗ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଛି ମୋ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ । ଅଭାବୀ ବିକ୍ରିର ଶିକାର ହେଉଥିବା ଆମ୍ବ ଚାଷୀଙ୍କୁ କୋରୋନା କଟକଣା ମଧ୍ୟରେ ବଜାର ସୁବିଧା ଯୋଗାଇବା ଲକ୍ଷରେ କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରାଶାସନ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।

ଏହି ଆମ ଗାଁ ଆମ୍ବ ପସରା ମଧ୍ୟରେ ଗାଁ ଗାଁର ଆମ୍ବ ଚାଷୀଙ୍କ ଠାରୁ ଆମ୍ବ କିଣି ଘରେ ନେଇ ଖାଉଟିଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ 4 ଟି ଆମ୍ବ ଭର୍ତ୍ତି ଗାଡି ଜିଲ୍ଲାର ପ୍ରତି ଅଞ୍ଚଳ ଏବଂ ଶିଳ୍ପାଞ୍ଚଳମାନଙ୍କରେ ଯାଇ ଲୋକଙ୍କୁ ଆମ୍ବ ଯୋଗାଇବ । ଏହା ଛଡା ହୋମ ଡେଲିଭରୀର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଉଭୟ ଚାଷୀ ଏବଂ ଖାଉଟି ଉପକୃତ ହୋଇପାରିବେ ।ତେବେ ଏହି କାର୍ଯ୍ୟକ୍ରମ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହା ରଜ ଓ ସାବିତ୍ରୀ ବ୍ରତ ସମୟରେ ଲୋକଙ୍କ ଚାହିଦା ମେଣ୍ଟାଇବ ବୋଲି କୁହାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details