ଓଡିଶା

odisha

ETV Bharat / state

କୋଇଲା ଖଣି ପାଇଁ ଘରଭଙ୍ଗା ଘଟଣା, ଦାବି ନ ଶୁଣିଲେ ଆତ୍ମାହୁତି ଦେବେ 4 ପରିବାର - Talcher Coal mine

ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ କୋଇଲା ଖଣି ପାଇଁ ଚାରୋଟି ପରିବାରଙ୍କୁ ବାସହୀନ କଲା ପ୍ରଶାସନ । ଏବେ ପ୍ରଶାସନ ଯଦି ସେମାନଙ୍କ ଦାବି ନ ଶୁଣେ ତେବେ ଆତ୍ମାହୁତି ଦେବେ 4 ପରିବାର । ଅଧିକ ପଢନ୍ତୁ...

ତାଳଚେର କୋଇଲା ଖଣି ଘର ଭଙ୍ଗା ଘଟଣା, ଦାବି ନ ଶୁଣିଲେ ଆତ୍ମାହୁତି ଦେବେ 4 ପରିବାର
ତାଳଚେର କୋଇଲା ଖଣି ଘର ଭଙ୍ଗା ଘଟଣା, ଦାବି ନ ଶୁଣିଲେ ଆତ୍ମାହୁତି ଦେବେ 4 ପରିବାର

By

Published : Sep 28, 2020, 4:06 PM IST

ଅନୁଗୋଳ:ଜିଲ୍ଲାରେ ତାଳଚେର ଏମସିଏଲ କୋଇଲା ଖଣି ପାଇଁ କଲମଛୁଇଁ ପଞ୍ଚାୟତ ନାଥ ଗାଁର ଚାରୋଟି ପରିବାରଙ୍କ ଘରଦ୍ବାର ଗତ ୨୬ ତାରିଖ ଦିନ ଭଙ୍ଗା ଯାଇଛି । ଏହାର ପ୍ରତିବାଦ କରି 4ଟି ପରିବାର ପିଲାଛୁଆ ଧରି ଜିଲ୍ଲାପାଳ ଅଫିସରେ ଧାରଣା ଦେଇଛନ୍ତି, ମାତ୍ର ସେମାନଙ୍କ କଥା କେହି ବୁଝିବାକୁ ଆସି ନାହାନ୍ତିି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ତାଳଚେର କୋଇଲା ଖଣି ଘର ଭଙ୍ଗା ଘଟଣା, ଦାବି ନ ଶୁଣିଲେ ଆତ୍ମାହୁତି ଦେବେ 4 ପରିବାର

ଚାରୋଟି ପରିବାରର ଅଭିଯୋଗ ଅନୁସାରେ ଏମସିଏଲର କର୍ତ୍ତୃପକ୍ଷ କୋଇଲା ଖଣି ପାଇଁ ସେମାନଙ୍କର ଅଢେଇ ଏକର ଜମିକୁ ଅକ୍ତିଆର କରିଥିଲେ । ଗତ 26 ତାରିଖରେ ବୁଲଡୋଜର ଲଗାଇ ସେଠାରେ ରହୁଥିବା ଚାରୋଟି ପରିବାରର ଘର ଭାଙ୍ଗି ସେମାନଙ୍କୁ ବାସହୀନ କରିଦେଲେ କର୍ତ୍ତୃପକ୍ଷ । ଆଉ ତାପରେ ଏହି 4 ପରିବାର ଲୋକେ ପ୍ରତିବାଦ କରିଥିଲେ ମଧ୍ୟ ସେମାନଙ୍କର କଥା କେହି ଶୁଣିବାକୁ ନାରାଜ ।

ପରେ ବାସହରା ପରିବାର ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ତେବେ ସେମାନେ ତିନି ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ ମଧ୍ୟ ସେମାନଙ୍କ କଥା କେହି ବୁଝିବାକୁୁ ଆସି ନାହାନ୍ତି ବରଂ ପୋଲିସ ଲଗାଇ କାର୍ଯ୍ୟାଳୟ ବାହାରକୁ ବାହାର କରାଯାଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଯଦି ସେମାନଙ୍କ ଦାବିକୁ ପ୍ରଶାସନ ନ ଶୁଣେ ତେବେ ସେମାନେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details