ଓଡିଶା

odisha

ETV Bharat / state

ମହେଶ ସାହୁ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିକୁ ଛେଦ କରନ୍ତି: ରୁଦ୍ର ନାରାୟଣ ପାଣି - ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରେସମିଟ୍

ସରଗରମ ହୋଇଛି ଅନୁଗୋଳ-ଢେଙ୍କାନାଳ ରାଜନୀତି । ସାଂସଦ ମହେଶ ସାହୁଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ରୁଦ୍ର ନାରାୟଣ । ଅଧିକ ପଢନ୍ତୁ

ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଲେ ରୁଦ୍ର
ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଲେ ରୁଦ୍ର

By ETV Bharat Odisha Team

Published : Oct 7, 2023, 9:00 PM IST

ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଲେ ରୁଦ୍ର

ଅନୁଗୋଳ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହେଶଙ୍କ ଟାର୍ଗେଟ ପରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, "ମହେଶ ସାହୁଙ୍କ ଏପରି ବ୍ୟବହାର ପାଇଁ କାହା ସାଙ୍ଗରେ ନପଡିବା କାରଣରୁ ସେ କେବଳ ବାଚାଳମି କରୁଛନ୍ତି । ଶଙ୍ଖ ଭବନ ଓ ବିଜେଡି ତାଙ୍କୁ ଗୁରୁତ୍ୱ ନଦେବାରୁ ପାଗଳର ପ୍ରଳାପ ଭଳି କଥା କହୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମକୁ ମହେଶ ପୂର୍ବରୁ ସର୍ବସାଧାରଣରେ ପ୍ରଶଂସା କରିଛନ୍ତି । ତାଙ୍କ ମୁହଁରେ ଉଷୁନା, ତାଙ୍କ ମୁହଁରେ ଅରୁଆ । ଅନୁଗୋଳ ଓ ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ହୋଇଥିବା ବିକାଶକୁ ଦେଖି ସାଂସଦ ସବୁ ଜାଣି ବି ଅଜଣା ଭଳି ହେଉଛନ୍ତି ।"

ପୂର୍ବତନ ସାଂସଦ ରୁଦ୍ର ନାରାୟଣ ଆହୁରି ମଧ୍ୟ କହିଛନ୍ତି, "୨୦୧୯ ମସିହାରେ ବିଧାନସଭା ଭୋଟ ତୁଳନାରେ ଲୋକସଭା ଭୋଟରେ ମହେଶ କାହିଁକି ପଛରେ ରହିଲେ, ଏ ଜବାବ ତାଙ୍କ ପାଖରେ ଅଛି କି? ଆମର ଓଡ଼ିଶାର ଗର୍ବ ଏବଂ ଆମେ ଗର୍ବିତ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଥମ ଓଡ଼ିଆ ଭାବରେ ଦୁଇ ଥର ୨ଟି ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିଗତ ୯ ବର୍ଷରେ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର କାର୍ଯ୍ୟ କରିବା ପାଇଁ ଅର୍ଥ ଆଣିଛନ୍ତି, ଏଥିରୁ ବହୁତ ବଡ ଲାଭ ଅନୁଗୋଳ ଓ ଢେଙ୍କାନାଳର ଲୋକଙ୍କୁ ମିଳିବ । ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଓ ଢେଙ୍କାନାଳ ଜିଲ୍ଲାର ୨ ଲକ୍ଷ ୭୦ ହଜାର ୮୭୬ ଟି ପରିବାରକୁ ସର୍ବମୋଟ ୮ ହଜାର ୮୧୬ କୋଟି ଟଙ୍କା ମୋଦି ସରକାରରେ ଅନୁଦାନ ଆସିଛି ।"

"ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜକୁ ବଞ୍ଚାଇବା ପାଇଁ ହୀନ ବକ୍ତବ୍ୟ ଦେଉଛନ୍ତି, ଯାହା ହାସ୍ୟାସ୍ପଦ । ମହେଶ ସାହୁ ତାଙ୍କ କାଉନସିଲର ଜୀବନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିକୁ ଛେଦ୍ର କରନ୍ତି । ଏହା ତାଙ୍କର ଚରିତ୍ର ଅଟେ । ଆଜି ପର୍ଯ୍ୟନ୍ତ ତ ମହେଶ ସାହୁଙ୍କୁ କେହି ଗୁରୁତ୍ୱ ଦେଉ ନଥିଲେ । ହୁଏତ ଏଥିପାଇଁ ଅନୁଗୋଳ ଓ ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ହୋଇଥିବା ବିକାଶକୁ ଦେଖି ସାଂସଦ ସବୁ ଜାଣି ବି ଅଜଣା ଭଳି ହେଉଛନ୍ତି ।"ବୋଲି ଏକ ପ୍ରେସମିଟରେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ।

ଏହା ବି ପଢନ୍ତୁ...Angul-Dhenkanal Politics: ମହେଶଙ୍କ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ ଘଟଣା, ସାଂସଦ କଣ ବିକାଶ କରିଛନ୍ତି ହିସାବ ମାଗିଲେ ରୁଦ୍ର


"ନିଜ ଜନ୍ମ ମାଟିର ବିକାଶ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ କାରଣରୁ ୧୭ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେଉଛି । ୧୧ ହଜାର ୮୪୩ କୋଟି ବ୍ୟୟରେ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସମ୍ପ୍ରସାରଣ ହୋଇଛି । ୫୦୦ କୋଟି ଟଙ୍କାରେ ତାଳଚେର ମେଡ଼ିକାଲ କଲେଜର ନୂତନ ଭବନ ନିର୍ମାଣ ହୋଇଛି । ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନ, ଅନୁଗୋଳ-ସୁକିନ୍ଦା ନୂଆ ଲାଇନ, ସମ୍ବଲପୁର-ତାଳଚେର ରେଳଲାଇନର ଦୋହରୀକରଣ, ଅନୁଗୋଳରୁ ବଳରାମ କୋଇଲା ଖଣିକୁ ରେଳ ସଂଯୋଗ ସହ ରେଳ ଭିତ୍ତିଭୂମିକୁ ମଜବୁତ କରାଯାଇଛି । ଅନୁଗୋଳ ଜିଲ୍ଲାରେ 4ଟି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମରେ ସଫଳ ହୋଇଛି" ବୋଲି କହିବା ସହ ମହେଶଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details