ଓଡିଶା

odisha

ETV Bharat / state

ରେଞ୍ଜରଙ୍କ ଗାଡି ଧକ୍କାରେ ଫରେଷ୍ଟ ୱାଚରଙ୍କ ମୃତ୍ୟୁ, ସାତକୋଶିଆ ଅଭୟାରଣ୍ୟରେ ଉତ୍ତେଜନା - ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ

ସାତକୋଶିଆ ଅଭୟାରଣ୍ୟରେ ଦୁର୍ଘଟଣା । ଡ୍ୟୁଟି ସମୟରେ ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସମେତ ଗାଁ ଲୋକେ ସାତକୋଶିଆ ଅଭୟାରଣ୍ୟ ମୁଖ୍ୟ ଫାଟକ ଅବରୋଧ କରିଥିଲେ । ଅଧିକ ପଢ଼ନ୍ତୁ

ରେଞ୍ଜରଙ୍କ ଗାଡି ଧକ୍କାରେ ଫରେଷ୍ଟ ୱାଚରଙ୍କ ମୃତ୍ୟୁ, ସାତକୋଶିଆ ଅଭୟାରଣ୍ୟରେ ଉତ୍ତେଜନା
ରେଞ୍ଜରଙ୍କ ଗାଡି ଧକ୍କାରେ ଫରେଷ୍ଟ ୱାଚରଙ୍କ ମୃତ୍ୟୁ, ସାତକୋଶିଆ ଅଭୟାରଣ୍ୟରେ ଉତ୍ତେଜନା

By

Published : Nov 9, 2022, 8:57 AM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଡ୍ୟୁଟି କରୁଥିବା ବେଳେ ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିକରି ପରିବାର ଲୋକଙ୍କ ସମେତ ଗାଁ ଲୋକେ ସାତକୋଶିଆ ଅଭୟାରଣ୍ୟ ମୁଖ୍ୟ ଫାଟକ ଅବରୋଧ କରିଥିଲେ । ଯାହାକୁ ନେଇ ଦିନ ତମାମ ଉତ୍ତେଜନା ଲାଗି ରହିଥିଲା ।

ରେଞ୍ଜରଙ୍କ ଗାଡି ଧକ୍କାରେ ଫରେଷ୍ଟ ୱାଚରଙ୍କ ମୃତ୍ୟୁ, ସାତକୋଶିଆ ଅଭୟାରଣ୍ୟରେ ଉତ୍ତେଜନା

ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗୋପାଳପୁର ଗାଁର ସମ୍ବିତ ଦାସ ବନ ବିଭାଗରେ ୱାଚର ଭାବରେ କାମ କରୁଥିଲେ । ଗତକାଲି (ସୋମବାର) ରାତି ପ୍ରାୟ ୧୧ଟା ବେଳେ ସମ୍ବିତ ଗୋପାଳପୁର ଗାଁ ପାଖରେ ଡ୍ୟୁଟି କରୁଥିବା ବେଳେ ଟିକରପଡା ରେଞ୍ଜର ମାଗୁଣି ବେହେରା ବିଭାଗ ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ରେଞ୍ଜରଙ୍କ ଗାଡି ସେଠାରୁ ପଳାଇ ଯାଇଥିଲା । ଘଟଣାସ୍ଥଳରେ ସମ୍ବିତ ଛଟପଟ ହୋଇ ରାସ୍ତାକଡ଼ରେ ପଡ଼ି ରହିଥିଲେ ସମ୍ବିତ । ପ୍ରାୟ ୩ଘଣ୍ଟା ପରେ ପୁଣି ଧକ୍କା ଦେଇଥିବା ଗାଡ଼ି ଆହତ ୱାଚରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ଜଣାପଡିବା ପରେ ଆଜି ଗୋପାଳପୁର ଗାଁର ଶତାଧିକ ଲୋକେ ପମ୍ପାସର ବନାଞ୍ଚଳ ଅଫିସ ସମ୍ମୁଖରେ ବସି ଧାରଣା ଦେଇଥିଲେ । ଏହାସହ ଦିନ ତମାମ ଅଭୟାରଣ୍ୟ ମୁଖ୍ୟ ଫାଟକ ଅବରୋଧ କରିଥିଲେ । ଯାହାକୁ ନେଇ ଲାଗି ରହିଥିଲା ଉତ୍ତେଜନା । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ପୋଲିସ ସହାୟତାରେ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରି ପାରିନଥିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details