ଅନୁଗୋଳ: ବିଶ୍ବ ହସ୍ତୀ ଦିବସରେ ବନ ବିଭାଗକୁ ଘାରିଛି ହାତୀଙ୍କ ସୁରକ୍ଷା ଚିନ୍ତା । ବିଭାଗ ତରଫରୁ ବିଭିନ୍ନ ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବିଶେଷ କରି ଯେଉଁଠି ହାତୀ ଦ୍ବାରା ଫସଲ ନଷ୍ଟ ହେଉଛି, ସେହି ସବୁ ଅଞ୍ଚଳ ଗୁଡିକରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହାତୀ । ତେଣୁ ହାତୀଙ୍କ ସୁରକ୍ଷା ପାଇଁ ସେହି ଅଞ୍ଚଳର ଲୋକଙ୍କ ମଧ୍ୟରେ ହାତୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନ ସୃଷ୍ଟି କରାଯାଇଛି ।
ଜିଲ୍ଲାରେ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଯାହା ପାଇଁ ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ। ବଣୁଆ ହାତୀ ଉପଦ୍ରବ ଯୋଗୁଁ କ୍ଷତି ସହୁଛି ଚାଷୀ । ଯାହା ପାଇଁ ହାତୀ ମଣିଷ ବିବାଦ ବଢୁଛି । ଆକ୍ରୋଶର ଶିକାର ହେଉଛନ୍ତି ହାତୀ । ଅନେକ ସ୍ଥାନରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହେଉଛି ତ ଆଉ କେଉଁଠି ଫସଲରେ ବିଷ ପ୍ରୟୋଗ କରି ହାତୀ ଶିକାର କରାଯାଉଛି । ଏଭଳି ସ୍ଥିତିରେ ହାତୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ । ହାତୀ ସୁରକ୍ଷା ପାଇଁ ବନ ବିଭାଗ ବହୁ ପଦକ୍ଷେପ ଗ୍ରହଣ କରୁଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ କିଭଳି ଲୋକଙ୍କ ସହଯୋଗରେ ହାତୀ ସୁରକ୍ଷା କରାଯାଇପାରିବ ସେ ନେଇ ଲୋକଙ୍କ ସାହାଯ୍ୟ ଲୋଡିଛି ବିଭାଗ ।