ଅନୁଗୋଳ: ପୁଣି ଆସିଛି କଙ୍ଗାରୁ କୋର୍ଟ କରି ଯୁବକଙ୍କୁ କାନ ଧରି ଗାଁ ଦାଣ୍ଡରେ ବୁଲାଇବା ଅଭିଯୋଗ । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ମୟୀଧରପଡ଼ା ଗାଁରେ ଏହି କାଙ୍ଗାରୁ କୋର୍ଟ ହୋଇଛି । ଗୋମାଂସ ଖାଇବା ଅଭିଯୋଗରେ 5 ଜଣକୁ ଗାଁସଭାରେ ଦଣ୍ଡ ଦେଲେ ଲୋକେ । ଗାଁଦାଣ୍ଡରେ ସମସ୍ତଙ୍କୁ କାନ ଧରାଇ ଗାଁ ବୁଲାଇଲେ ଥିଲେ ସମ୍ପୃକ୍ତ ଲୋକେ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
କଙ୍ଗାରୁ କୋର୍ଟରେ 5 ଜଣଙ୍କୁ କାନ ଧରି ଗାଁ ବୁଲାଇଲେ - kangaroo court in Anugul
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ମୟୀଧରପଡ଼ା ଗାଁରେ କାଙ୍ଗାରୁ କୋର୍ଟ ହୋଇଛି । ଗୋମାଂସ ଖାଇବା ଅଭିଯୋଗରେ 5 ଜଣକୁ ଗାଁସଭାରେ ଦଣ୍ଡ ଦେଲେ ଲୋକେ ।
![କଙ୍ଗାରୁ କୋର୍ଟରେ 5 ଜଣଙ୍କୁ କାନ ଧରି ଗାଁ ବୁଲାଇଲେ anugul](https://etvbharatimages.akamaized.net/etvbharat/prod-images/768-512-8206847-697-8206847-1595943657973.jpg)
କାନ ଧରି ଗାଁ ବୁଲାଇଲେ ଲୋକେ
କାନ ଧରି ଗାଁ ବୁଲାଇଲେ ଲୋକେ
ଗତ ରବିବାର ଚଟିଆଗଜି ଗାଁର 5ଜଣ ଗୋମାଂସ ଭୋଜି କରି ଖାଇଥିବା ଅଭିଯୋଗ ହେଇଥିଲା । ଏକଥା ଜଣାପଡିବା ପରେ ଆଖପାଖ ଗାଁ ମୟୀଧରପଡା, ତାଳପଡା ଓ ବନାମୀରା ଲୋକେ ଏହି 5ଜଣଙ୍କୁ ଡକାଇ ସଭା କରିଥିଲେ । ସେମାନଙ୍କୁ ସେଠାରେ ଆଣ୍ଠେଇ ଦେଇଦିଆଯାଇଥିଲା । ଏହାସହ ଗାଁଦାଣ୍ଡରେ ଦୌଡାଇବା ସହ ସେମାନଙ୍କୁ ମନ୍ଦିର ଦର୍ଶନ କରାଇ ଥିଲେ । ଏହାପରେ ସେମାନଙ୍କୁ ଜୋରିମାନା ଦେବାକୁ କହିଥିଲେ । ତେବେ ଏନେଇ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି । ତେବେ ଏନେଇ କେହି କିଛି ବି କହିନାହାନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ