ଅନୁଗୋଳ: ହୀରାକୁଦ ଜଳ ଭଣ୍ଡାରର ବନ୍ୟାଜଳ ନିଷ୍କାସନ ପରେ ଅନୁଗୋଳ ସାତକୋଶିଆ ଅଞ୍ଚଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ଏହି ଅଞ୍ଚଳରେ ଥିବା ପାଞ୍ଚଟି ଗାଁରେ ବନ୍ୟାଜଳ ପ୍ରବେଶ କରିବା ସହ ସମଗ୍ର ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।
ଜିଲ୍ଳାର ସାତକୋଶିଆର ଟିକରପଡା ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି । ଚାଷଜମି ବୁଡ଼ି ଯାଇଛି । ଲୋକଙ୍କ ଘର ଭାଙ୍ଗିଯିବା ସହ ଅନେକ ଘର ପାଣିରେ ବୁଡି ଯାଇଛି । 150ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।