ଅନୁଗୋଳ:ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟରେ ସର୍ବ ପ୍ରଥମେ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି 'ସ୍ପର୍ଶ' ଯୋଜନା । ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ସବିଶେଷ ତଥ୍ୟ ରଖିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ଶକ୍ତି, ଶିଳ୍ପ ଓ MSME ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ରଖିବା ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ୟ କରିବେ । ଗର୍ଭବତୀ ମହିଳା ମାନଙ୍କ ସ୍ୱତନ୍ତ୍ର ଡାଟା ବେଶ ପ୍ରସ୍ତୁତ କରି ସେମାନଙ୍କ ସୁରକ୍ଷା ଓ ଗର୍ଭସ୍ଥ ଶିଶୁର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଏହି ସ୍ୱତନ୍ତ୍ର କୀଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ରହିଛି ଏକ ମୋବାଇଲ ଫୋନ, ଗ୍ଲୁକୋ ମିଟର,ରକ୍ତଚାପ ମାପକ ଯନ୍ତ୍ର, ଗର୍ଭସ୍ଥ ଶିଶୁର ହାର୍ଟବିଟକୁ ଜାଣିବା ଓ ତାର ବିକାଶ ସଠିକ ଭାବେ ହେଉଛି କି ନାହିଁ ତାର ତଦାରଖ କରିବା ଯନ୍ତ୍ରପାତି । ଏହାର ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ଅନଲାଇନ ମଧ୍ୟରେ ସବୁ ପ୍ରକାର ସୂଚନା ଏହି ଡିଜିଟାଲ ଡାଇଗୋନେଷ୍ଟିକ୍ ଡିଭାଇସ ମଧ୍ୟରେ ରଖାଯାଇ ପାରିବ ।
ଅଧିକ ପଢନ୍ତୁ: ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ: ଶରତ