ଅନୁଗୋଳ:ଅଗ୍ନିକାଣ୍ଡ ଭଳି ଘଟଣାକୁ ଏଡ଼ାଇବା ପାଇଁ ତତ୍ପର ହୋଇଛି ଅଗ୍ନିଶମ ବିଭାଗ । ଏଥିଲାଗି ପୂର୍ବରୁ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି କିପରି ରହିଛି ତାହାକୁ ଅନୁଧ୍ୟାନ କରିଛି ଅଗ୍ନିଶମ ବିଭାଗ । ବିଭାଗର ଟିମ ହସ୍ପିଟାଲର ପ୍ରତିଟି ୱାର୍ଡ ବୁଲି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି ।
ଅନୁଗୋଳ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲା ବିଭାଗ - Fire Department starts security check in Anugul
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗ ସଜାଗ ହୋଇଛି । ଅନୁଗୋଳ ଜିଲ୍ଲାରେ ଆଜି ବିଭାଗ ଜିଲ୍ଲା ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଅଧିକ ପଢନ୍ତୁ
ଅନୁଗୋଳ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲା ବିଭାଗ
ଅନୁଗୋଳ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲା ବିଭାଗ
ବିଭାଗର ଏକ ଟିମ ପ୍ରଥମେ ମାତୃ ଶିଶୁ କେୟାର ୟୁନିଟରେ କିଭଳି ଅଛି ଅଗ୍ନି ନିର୍ବାପକ ବ୍ୟବସ୍ଥା ତାର ଯାଞ୍ଚ କରିଛନ୍ତି । ଖାଲି ଲାଗିଥିବା ଯନ୍ତ୍ର କାମ କରୁଛି କି ନାହିଁ, ତାର ତଦାରଖ କରିଛନ୍ତି ଟିମର ସଦସ୍ୟମାନେ। ଏତଦ୍ ବ୍ୟତୀତ କୌଣସି ଅଘଟଣ ଘଟିଲେ କିଭଳି ରେସ୍କ୍ୟୁ କରିହେବ ତାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ଟିମ ସଦସ୍ଯମାନେ । ଲାଗିଥିବା ରେସ୍କ୍ୟୁ ସିଷ୍ଟମ କାମରେ ଆସିଛି କି ନାହିଁ ତାର ମଧ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଏହା ବ୍ୟତୀତ ଗତ ଦୁଇଦିନ ଧରି ବିଭିନ୍ନ ସପିଂ ମଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ