ଓଡିଶା

odisha

ETV Bharat / state

ସଙ୍ଗୀନ ଅଭିଯୋଗ: ଫାଇନାନ୍ସ ଏଜେଣ୍ଟ କରୁଛନ୍ତି ଟଙ୍କା ହଡପ - ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଗିରଫ

ଅନୁଗୋଳ ସହରରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀର ଆକାଉଣ୍ଟାଣ୍ଟ ପ୍ରସନ୍ନ କୁମାର କର 15 ଲକ୍ଷ 81 ହଜାର ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

By

Published : Oct 6, 2019, 11:22 AM IST

ଅନୁଗୋଳ: ଫାଇନାନ୍ସ ଏଜେଣ୍ଟ କରୁଛନ୍ତି ଟଙ୍କା ହଡପ । 15 ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜଣେ ଫାଇନାନ୍ସ କମ୍ପାନୀ ଏଜେଣ୍ଟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନୁଗୋଳ ସହରରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀର ଆକାଉଣ୍ଟ।ଣ୍ଟ ପ୍ରସନ୍ନ କୁମାର କର 15 ଲକ୍ଷ 81 ହଜାର ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଏଥିସହ ପ୍ରସନ୍ନ ଠାରୁ 6 ଲକ୍ଷ 70 ହଜାର ଟଙ୍କା ଜବତ କରିବା ସହ ବିଭିନ୍ନ ବ୍ୟାଙ୍କର 3ଟି ଆକାଉଣ୍ଟକୁ ସିଜ୍ କରିଛି ପୋଲିସ । ଏନେଇ ଫାଇନାନ୍ସ କମ୍ପାନୀର ଏରିଆ ଆକାଉଣ୍ଟାଣ୍ଟ ରାକେଶ ମହାନ୍ତି ଶୁକ୍ରବାର ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଥିଲା ।

ତଦନ୍ତ ବେଳେ ଜଣାପଡିଥିଲା ଯେ, ପ୍ରସନ୍ନ ବିଭିନ୍ନ ଏଜେଣ୍ଟଙ୍କ ଠାରୁ ଟଙ୍କା ସଂଗ୍ରହ କରି କମ୍ପାନୀରେ ଜମା କରି ନଥିଲା । କମ୍ପାନୀର ଟଙ୍କାକୁ ନିଜେ ନିଜ ନାଁରେ ବିଭିନ୍ନ ବ୍ୟାଙ୍କରେ ରଖୁଥିଲା । ଏହା ଜଣାପଡିବା ପରେ ପୋଲିସ ତୁରନ୍ତ ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details