ଓଡିଶା

odisha

ETV Bharat / state

ଚକବନ୍ଦୀ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ - ଅନୁଗୋଳ ଖବର

ଅନୁଗୋଳରେ ଚାଷୀଙ୍କ ପାଇଁ ଏବେ କଣ୍ଟା ହୋଇଛି ଚକବନ୍ଦୀ ବ୍ୟବସ୍ଥା । ଏହାକୁ ଉଚ୍ଛେଦ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ 92 ମୌଜାର ଚାଷୀ । ଅଧିକ ପଢନ୍ତୁ...

ଚକବନ୍ଦୀ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ
ଚକବନ୍ଦୀ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ

By

Published : Oct 28, 2021, 7:19 AM IST

ଅନୁଗୋଳ:ଜିଲ୍ଲାରେ ଚାଷୀଙ୍କ ପାଇଁ ଏବେ କଣ୍ଟା ହୋଇଛି ଚକବନ୍ଦୀ ବ୍ୟବସ୍ଥା । ଏହାକୁ ଉଚ୍ଛେଦ କରିବାକୁ ଦାବି କରି 92 ମୌଜାର ଚାଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଶତାଧିକ ଚାଷୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଅନୁଗୋଳ ଷ୍ଟାଡିୟମରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରତିବାଦ କରିଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୪୦ ବର୍ଷ ଧରି ପ୍ରତ୍ୟେକ ଲୋକ ତାଙ୍କର ବାପା ଜେଜେବାପାଙ୍କ ନାଁରେ ଥିବା ଜମି ଦଖଲ କରି ଆସୁଛନ୍ତି । କିନ୍ତୁ ଚକବନ୍ଦୀ ନିୟମ ଯୋଗୁ ଆବଶ୍ୟକସ୍ଥଳେ ଜମି ଖରିଦ, ବିକ୍ରି ହୋଇପାରୁନାହିଁ ।

ଚକବନ୍ଦୀ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ

୧୯୫୨-୬୩ ବନ୍ଦୋବସ୍ତ ଅନୁଯାୟୀ ଜମି ଦଖଲ ଥିବାରୁ ଚିହ୍ନଟ ହୋଇପାରୁନାହିଁ । ଜମି ବାବଦକୁ ଖଞ୍ଜଣା ଦେଇ ପାରୁ ନାହାନ୍ତି କି ସେମାନଙ୍କୁ ବାସିନ୍ଦା ଓ ଜାତି ପ୍ରମାଣପତ୍ର ମିଳୁନାହିଁ। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଜମି କୌଣସି ସରକାରୀ କାର୍ଯ୍ୟ କିମ୍ବା ଶିଳ୍ପ ପାଇଁ ଦଖଲ ହେଉଥିବା ବେଳେ ମଧ୍ୟ ଲୋକେ ତାର ଉପଯୁକ୍ତ କ୍ଷତିପୂରଣ ପାଇ ପାରୁନାହାନ୍ତି। ତେଣୁ ତୁରନ୍ତ ଏହାକୁ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏନେଇ ଏକ ଦାବିପତ୍ର ରାଜ୍ୟସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details