ଓଡିଶା

odisha

ଜଳସେଚନ ସୁବିଧା ଅଛି କିନ୍ତୁ ପାଣି ପାଉନାହାଁନ୍ତି ଚାଷୀ

By

Published : Nov 30, 2019, 2:43 PM IST

ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଜଳ ସେଚନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଦୁଇଟି ଚେକ୍ ଡ୍ୟାମ ଭାଙ୍ଗିରୁଜି ଯିବାରୁ ଜଳସେଚନରେ ଦେଖାଦେଇଛି ନାନା ସମସ୍ୟା । ଯାହାକୁ ନେଇ ଚିନ୍ତାରେ ଚାଷୀ ।

WATER IRRIGATION
ଜଳସେଚନ ସୁବିଧା ଅଛି କିନ୍ତୁ ପାଣି ପାଉନାହାନ୍ତି ଚାଷୀ

ଅନୁଗୋଳ: ଜଳସେଚନ ଅଭାବରୁ ଚାଷ ଜମି ପଡିଆ ପଡୁଥିବାବେଳେ ଏଠି ବ୍ୟବସ୍ଥା ଥାଇ ବି କାମରେ ଲାଗୁନି । ପାଣି କ୍ଷେତକୁ ଯିବା ବଦଳରେ ନାଳରେ ବହି ଯାଉଛି । ଫଳରେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । ଆମେ କହୁଛୁ ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁର ଚାଷୀଙ୍କ କଥା ।

କଥାରେ ଅଛି, ଚାଷ ଅଛି ଯାହାର କି ଆନନ୍ଦ ତାର । ହେଲେ ଚାଷ କରି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । ଜଳସେଚନ ସୁବିଧା ଥାଇ ବି ପାଣି ଟିକେ ପାଉନାହାଁନ୍ତି । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରୁ । ଜଳ ସେଚନ ସୁବିଧା ପାଇଁ ଜାମୁଣ୍ଡାରେ ନଡକା ଓ ବିମିତ୍ରା ନାମରେ ନିର୍ମାଣ ହୋଇଥିଲା ଦୁଇ ଦୁଇଟି ଚେକ୍ ଡ୍ୟାମ । କାଳକ୍ରମେ ଏହି ଡ୍ୟାମ ଦୁଇଟି ଭାଙ୍ଗିରୁଜି ଯାଇଛି । ଫଳରେ ଯେଉଁ ଡ୍ୟାମରେ ପାଣି ରହି ଚାଷୀଙ୍କ ଜମିକୁ ଜଳସେଚିତ କରୁଥିଲା, ତାହା ଏବେ ନାଳରେ ବୋହିଯାଉଛି । ଯେଉଁଥିପାଇଁ ଜାମୁଣ୍ଡା ଓ କଲେଇପଡା ଚାଷୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି ।

ଜଳସେଚନ ସୁବିଧା ଅଛି କିନ୍ତୁ ପାଣି ପାଉନାହାନ୍ତି ଚାଷୀ

ଗତ 30 ବର୍ଷ ତଳେ ବିମିତ୍ରା ଚେକଡ୍ୟାମକୁ ନିର୍ମାଣ କରିଥିଲା ଏକ ବେସରକାରୀ ସଂସ୍ଥା । ରକ୍ଷଣାବେକ୍ଷଣା ଅଭାବରୁ ତାହା ଭାଙ୍ଗି ରୁଜି ଯିବାରୁ ଗାଁଲୋକେ ନିଜସ୍ବ ଉଦ୍ୟମରେ ଏହାକୁ ପୁନର୍ବାର ନିର୍ମାଣ କରିଥିଲେ । ହେଲେ ଗତ 3 ବର୍ଷ ହେବ ଡ୍ୟାମରେ ପାଣି ରହିବା ବଦଳରେ ନାଳରେ ବୋହି ଯାଉଛି । ଫଳରେ ଜଳସେଚନରେ ଦେଖାଦେଇଛି ସମସ୍ୟା । ଖୁବ ଶୀଘ୍ର ଏହାକୁ ମରାମତି ପାଇଁ ଦାବି ହୋଇଛି ।

ଲୋକଙ୍କ ସମସ୍ୟା ସମ୍ପର୍କରେ ଆମେ ଜଳସେଚନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲୁ । ହେଲେ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details