ଅନୁଗୋଳ:ଲୋକଙ୍କୁ ଧାନ କିଣିବା ପାଇଁ ଟୋକନ ଦେଇ ପୁଣି ଟୋକନ ଛଡାଇ ନେଉଛନ୍ତି ସମବାୟ ସମ୍ପାଦକ । ଯାହାକୁ ବିରୋଧ କରି ସମବାୟ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି ଚାଷୀ । ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଗଡତରାସ ସେବା ସମବାୟ ସମିତିରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି ।
ଧାନ କିଣାରେ ଗଡତରାସ ସମବାୟ ସମ୍ପାଦକଙ୍କ ପାତର ଅନ୍ତର ନୀତି ଅଭିଯୋଗରେ ଚାଷୀ ତାଲା ପକାଇଛନ୍ତି । ଫଳରେ ସମିତି କାର୍ଯ୍ୟାଳୟ ଭିତରେ ବନ୍ଦ ହୋଇ ତିନି ଜଣ କର୍ମଚାରୀ ରହିଛନ୍ତି । ବୁଧବାର ସକାଳ 10ଟାରୁ ଏହି ତାଲା ଝୁଲିଛି । ଚାଷୀଙ୍କ ଅଭିଯୋଗ ଅନୁସାରେ ସେମାନେ ସମିତିରେ ଧାନ ବିକ୍ରି କରିବାକୁ ପଞ୍ଜିକୃତ କରିଛନ୍ତି । ଟୋକନ ମଧ୍ୟ ମିଳିଛି । ହେଲେ ସମ୍ପାଦକ ସେମାନଙ୍କ ଠାରୁ ଧାନ କିଣୁ ନାହାନ୍ତି । ମାତ୍ର ବାହାର ଲୋକଙ୍କ ଠାରୁ ଧାନ କିଣୁଛନ୍ତି । ଏ ସମ୍ପର୍କରେ କହିଲେ ସେ ନାଲି ଆଖି ଦେଖାଉଛନ୍ତି । ଯାହାକୁ ପ୍ରତିବାଦ କରି ଚାଷୀମାନେ ତାଲା ପକାଇଥିବା ଅଭିଯୋଗ ହୋଇଛି ।