ଅନୁଗୋଳ: ବଜ୍ରପାତରେ ଚାଷୀ ମୃତ । ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ମନୋଜ ଭୋଳଙ୍କର ମୃତ୍ୟୁ ଘଟିଛି ।
ଅନୁଗୋଳରେ ବଜ୍ରପାତ, ଚାଷୀ ମୃତ - ଅନୁଗୋଳରେ ଚାଷୀ ମୃତ
ବିଲରେ କାମ କରୁଥିବା ବଳେ ବଜ୍ରଘାତର ଶିକାର ହେଲେ ଚାଷୀ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢ଼ନ୍ତୁ
ଅନୁଗୋଳରେ ବଜ୍ରପାତ, ଚାଷୀ ମୃତ
ସୂଚନା ଅନୁସାରେ ମନୋଜ ନିଜ ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ଜୋରରେ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ହୋଇଥିଲା । ଏହି ବଜ୍ରପାତ ଆଘାତରେ ସେ ବିଲ ଭିତରେ ଟଳି ପଡ଼ିଥିଲେ । ଖବର ପାଇ ଗାଁ ଲୋକେ ଆମ୍ବୁଲାନ୍ସ ଯୋଗେ ମନୋଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, ଅନୁଗୋଳ