ଓଡିଶା

odisha

ETV Bharat / state

ଅନୁଗୋଳରେ ମାତିଛି ହାତୀ, ଚାଷୀଙ୍କୁ ଦଳିଦେଲା ଦନ୍ତା - farmer died by elephant attack

ଅନୁଗୋଳରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ବଢ଼ିବାରେ ଲାଗିଛି । କିଛିଦିନ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ଆଜି ଜଣଙ୍କୁ ଦଳି ଦେଇଛି । ଅଧିକ ପଢ଼ନ୍ତୁ...

ଜମିରେ କାମ କରିବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା
ଜମିରେ କାମ କରିବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା

By

Published : Oct 29, 2021, 6:19 PM IST

ଅନୁଗୋଳ: ଜିଲ୍ଲାରେ ବଢ଼ିବାରେ ଲାଗିଛି ହାତୀ ଓ ମଣିଷ ଲଢ଼େଇ । ଏହି ଲଢ଼େଇରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଆଜି(ଶୁକ୍ରବାର) ଜରପଡ଼ା ବନାଞ୍ଚଳ ପରା ଗାଁ ପଣସତଇଳା ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀ ଜୀବନ ହରାଇଛନ୍ତି।

ମୃତ ଚାଷୀ ଜଣକ ପରା ଗାଁର ସୋମନାଥ ସାହୁ ବୋଲି ଜଣାପଡ଼ିଛି । ସୋମନାଥ ସକାଳେ ପଣସତଇଳା ନିକଟରେ ଥିବା ନିଜ ବାଇଗଣ କ୍ଷେତକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଖବର ପାଇବା ପରେ ଜରପଡ଼ା ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ତାଙ୍କ ଟିମ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଉଗ୍ର ଦନ୍ତା ହାତୀଟି ସେହି ଅଞ୍ଚଳରେ ଗତ ୧୫ ଦିନ ହେବ ରହି ଫସଲ ନଷ୍ଟ କରୁଛି । ଲୋକଙ୍କୁ ଗୋଡ଼ାଇବା ସହିତ ଆତଙ୍କ ଖେଳାଇଛି ଦନ୍ତାହାତୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details