ଅନୁଗୋଳ: ଶେଷ ହୋଇଛି ମା’ ଧନଦାତ୍ରୀଙ୍କ ପୂଜା । କୁମାର ପୂର୍ଣ୍ଣିମାଠାରୁ 11 ଦିନ ଧରି ଚାଲିଥିବା ଏହି ପୂଜାକୁ ବେଶ ଉତ୍କର୍ଷତାର ସହ ବିଭିନ୍ନ ପୂଜା ମଣ୍ଡପରେ ଆୟୋଜନ କରାଯାଇଥିବା ବେଳେ ଲୋକେ ମଧ୍ୟ ଉଠାଇଥିଲେ ଏହାର ବେଶ ଆନନ୍ଦ । ତେବେ ମଙ୍ଗଳବାର ଶେଷ ଦିନରେ କେମିତି ରହିଥିଲା ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ପ୍ରତିକ୍ରିୟା, ତାହା ପଚାରି ବୁଝିଥିଲା ଇଟିଭି ଭାରତ ଟିମ୍ ।
11ଦିନ ଧରି ସହରରେ ଚାଲିଥିବା ଏହି ପୂଜାରେ ପ୍ରାୟ 17 କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା ଆଲୋକର ମାଳା । ମୋଟ 35ଟି ମଣ୍ଡପରେ ପୂଜା ପାଇଥିଲେ ମା’ ଧନଦାତ୍ରୀ । ମଙ୍ଗଳବାର ଶେଷ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ପୁଣି ମା’ଙ୍କ ପୂଜା ପାଇଁ ବର୍ଷ ଅପେକ୍ଷା କରିବାକୁ ଥିବାରୁ ମଉଳି ଯାଇଥିଲା ଶ୍ରଦ୍ଧାଳୁଙ୍କ ମନ ।