ଅନୁଗୋଳ:ଜିଲ୍ଲାରେଲମ୍ବି ଚାଲିଛି ନକଲି ଔଷଧ କାରବାର ଚେର । ଅଧିକ ଲୋଭରେ ବ୍ୟବସାୟୀ କରୁଛନ୍ତି ନକଲି କାରବାର । ଯାହାକୁ ନେଇ ଆକ୍ସନ ମୋଡରେ ରାଜ୍ୟ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ । ଅନୁଗୋଳ ଜିଲ୍ଲାରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ରାଜ୍ୟ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗୋଟିଏ ହୋଲସେଲ ଦୋକାନ ଏବଂ ଦୁଇଟି ଔଷଧ ଦୋକାନ ସିଲ କରିଛି । ୪ ଜଣଙ୍କ ନାମରେ ପୋଲିସରେ ଅଭିଯୋଗ ହେବା ପରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ଆହୁରି ଅଧିକ ଛାନଭିନ କରୁଛି ।
ଏହା ମଧ୍ୟ ପଢ଼ନ୍ତୁ:ନକଲି ଔଷଧ, ଡ୍ରଗ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ରେଡ୍
ଅନୁଗୋଳ ଜିଲ୍ଲାରେ ଦୀର୍ଘ ଦିନ ହେଲା ନକଲି ଔଷଧ କାରବାର ଚାଲୁଥିବା ବାରମ୍ବାର ଅଭିଯୋଗ ହୋଇଛି । ଗତ ଡିସେମ୍ବର ମାସରେ ଅନୁଗୋଳ ଜିଲ୍ଲାପାଳ ମା' ବୁଢ଼ୀ ମେଡ଼ିସିନ ଦୋକାନରୁ ଔଷଧ କିଣି ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାର ଯାଞ୍ଚ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପରୀକ୍ଷା ନିରୀକ୍ଷା କରାଯିବା ପରେ ସେ ଔଷଧ ନକଲି ବୋଲି ଜଣାପଡିଥିଲା । ଏହାପରେ ରାଜ୍ୟ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଉକ୍ତ ଦୋକାନରେ ଚଢ଼ାଉ କରି ସିଲ କରିଥିଲା ।