ଅନୁଗୋଳ:ଦୀର୍ଘ ଦିନ ହେଲା ସରିଲାଣି ମେଡିକାଲ କଲେଜ କୋଠା ନିର୍ମାଣ । ହେଲେ ଆଜି ଯାଏଁ ଆରମ୍ଭ ହୋଇ ପାରୁନାହିଁ ନାମଲେଖା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଆଉ ଚଳିତ ବର୍ଷ ନାମଲେଖା ଏବଂ ସରକାରୀ ପରିଚାଳନା ଦାବିରେ ଆଜି(ଶୁକ୍ରବାର) ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି ।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିତ ହୋଇସାରିଛି । କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇପଡ଼ିଛି । ଏହାକୁ ଚଳାଇବା ପାଇଁ ସରକାର ଓ MCL ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ଏହାକୁ ତାଳଚେର ନେହେରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବାକୁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ ।