ଓଡିଶା

odisha

ETV Bharat / state

ଚୋରା ମଦ ମୃତ୍ୟୁ ଘଟଣାରେ ଅବକାରୀ ଚଢାଉ, 9 ଗିରଫ - ଅନୁଗୋଳର ବିଭିନ୍ନ ଜାଗାରେ ଅବକାରୀ ଚଢାଉ

ଅନୁଗୋଳ ପଥରଗଡ ଗାଁରେ ମଦ ମୃତ୍ୟୁ ପରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରୁ ଚଢାଉ କରି ବହୁ ପରିମାଣର ଚୋରା ଦେଶୀ ମଦ ଜବତ କରିଛି । ଘଟଣାରେ 9 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

excise department raid over anugul liqour death case
ଚୋରା ମଦ ମୃତ୍ୟୁ ଘଟଣାରେ ଅବକାରୀ ଚଢାଉ, 9 ଗିରଫ

By

Published : Oct 31, 2020, 6:58 AM IST

ଅନୁଗୋଳ: ବିଷାକ୍ତ ମଦ ମୃତ୍ୟୁ ପରେ ଅବାକାରୀ ବିଭାଗର ପଶିଲା ବୁଦ୍ଧି । ଚୋରା ମଦ ଯୋଗୁଁ 4 ଜଣଙ୍କ ଜୀବନ ଗଲାପରେ ଅବକାରୀ ଧରୁଛି ଚୋରା ମଦ । ସରଧାପୁର ପଞ୍ଚାୟତ ପଥରଗଡ ଗାଁ ମଦ ମୃତ୍ୟୁ ପରେ ଚେଇଁ ଶୋଇଥିବା ଅବକାରୀ ବିଭାଗ ତା'ର ପାରିବା ପଣିଆ ଦେଖାଇଛି । ଗତ ଦୁଇ ଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବହୁ ପରିମାଣର ଚୋରା ଦେଶୀ ମଦ ଜବତ କରିଛି ।

ଚୋରା ମଦ ମୃତ୍ୟୁ ଘଟଣାରେ ଅବକାରୀ ଚଢାଉ, 9 ଗିରଫ

ବିଭାଗର ସୂଚନା ମୁତାବକ, ସମ୍ବଲପୁର ଓ କଟକ ପାଲିଂ ସ୍କ୍ବାର୍ଡ, ଜିଲ୍ଲାର ସ୍ବତନ୍ତ୍ର ଟିମ ଜରପଡା ଓ ରେଙ୍ଗାଲୀ ଥାନା ଅଞ୍ଚଳରୁ 9 ଜଣ ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରିଥିବା ବେଳେ 3 ହଜାର ଲିଟର ମଦ ଓ 3 ହଜାର 600 କେଜି ମହୁଲ ପୋଚ ଜବତ କରାଯାଇଛି । ଏହାସହ ଏକ କାର ଓ ଏକ ମଟର ସାଇକେଲ ମଧ୍ୟ ଜବତ ହୋଇଛି । ତେବେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବିଷାକ୍ତ ମଦ ପିଇ ସରଧାପୁର ପଞ୍ଚାୟତର ପଥରଗଡ ଗାଁରେ ଚାରିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details