ଅନୁଗୋଳ: ଥମୁନି ଗଞ୍ଜେଇ ଚାଷ । ବେଆଇନ ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଅନୁଗୋଳ ଜିଲ୍ଲା । ଗଞ୍ଜେଇ ଚାଷ ନଷ୍ଟ କରିବାରୁ ଆକ୍ସନ ମୁଡରେ ଅବକାରୀ ବିଭାଗ । ପ୍ରାୟ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ (excise department destroyed ganja cultivation) ।
ଜିଲ୍ଲା ଜରାପଡା ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଜାଣିବା ପରେ ତାକୁ ନଷ୍ଟ କରିଛି ବିଭାଗ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଏକ ଟିମ ଚଢାଉ କରି ଗଞ୍ଜେଇ ଗଛ ସବୁକୁ ନଷ୍ଟ କରିଛି । ଜରାପଡା ଥାନା ମାଟିଗାଡିଆସାହିର ଏକ କାଜୁ ବଗିଚାରେ ପ୍ରାୟ ୦.୮୫ ଏକରରେ ହୋଇଥିବା ଏହି ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି ।