ଓଡିଶା

odisha

ETV Bharat / state

ଅନୁଗୋଳରେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା, ଡାକ୍ତର ବଦଳରେ ସୁଇପର କରୁଛି ଚିକିତ୍ସା - ଅନୁଗୋଳ ଜିଲାରେ ରୋଗୀଙ୍କୁ ଡ୍ରେସିଂ କରୁଛି ସୁଇପର

ହସ୍ପିଟାଲକୁ ଆସୁଥିବା ଆହତ ରୋଗୀଙ୍କୁ ଡ୍ରେସିଂ କରୁଛି ସୁଇପର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ । ଅଧିକ ପଢନ୍ତୁ...

ଡାକ୍ତର ବଦଳରେ ସୁଇପର କରୁଛି ଚିକିତ୍ସା
ଡାକ୍ତର ବଦଳରେ ସୁଇପର କରୁଛି ଚିକିତ୍ସା

By

Published : Dec 17, 2020, 6:51 AM IST

ଅନୁଗୋଳ: ହସ୍ପିଟାଲକୁ ଆସୁଥିବା ଆହତ ରୋଗୀଙ୍କୁ ଡ୍ରେସିଂ କରୁଛି ସୁଇପର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ ।

ଡାକ୍ତର ବଦଳରେ ସୁଇପର କରୁଛି ଚିକିତ୍ସା

ଜିଲ୍ଲାର ଉପାନ୍ତ ଅଞ୍ଚଳ ସାତକୋଶିଆ ଅଭୟାରଣ୍ୟରେ ଥିବା ପୁରୁଣାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ । କେହି ଡାକ୍ତର, ଆଟେଣ୍ଡନାଣ୍ଡ କିମ୍ବା କମ୍ପାଉଣ୍ଡର ନଥିବା ବେଳେ ରୋଗୀଙ୍କୁ ହସ୍ପିଟାଲରେ ଥିବା ସୁଇପର ଡ୍ରେସିଂ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସେଠାରେ ଚାଲିଥିବା ଏକ ବ୍ରିଜ କାମରେ ନିୟୋଜିତ ଶ୍ରମିକ ଅର୍ଜୁନ ବେହରାଙ୍କ ଗୋଡ଼ କୌଣସି କାରଣରୁ କଟି ଯାଇଥିଲା । ସେ ଚିକିତ୍ସା ପାଇଁ ପୁରୁଣାକୋଟ ଡାକ୍ତର ଖାନା ଆସିଥିଲେ । ସେଠାରେ ଚିକିତ୍ସା ସେବା ଦେବା ପାଇଁ କେହି ନଥିବା ବେଳେ ହସ୍ପିଟାଲର ସୁଇପର ରବି ବେହେରା ତାଙ୍କୁ ଚିକିତ୍ସା କରୁଥିଲେ । ଅର୍ଜୁନଙ୍କ ଖଣ୍ଡିଆ ଗୋଡ଼କୁ ସେ ଡ୍ରେସିଂ କରିବା ସହ କ୍ଷତ ସ୍ଥାନକୁ ଷ୍ଟିଜ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲି ନାହାନ୍ତି ।

ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details