ଅନୁଗୋଳ: ଗାଁ ନିକଟରେ ୩୨ ଟିକିଆ ହାତୀ ପଲ । ରାତିରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଗାଁ ପାଖ ଜଙ୍ଗଲିଆ ଅଞ୍ଚଳରେ ହାତୀ ପଲ ଦେଖି ଲୋକେ ଭୟଭୀତ ।
ଅନୁଗୋଳରେ 32 ଟିକିଆ ହାତୀ ପଲ ଅନୁଗୋଳ ଜିଲ୍ଲା ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ହାନି ଘଟୁଛି । ଏଣୁ ହାତୀକୁ ଘଉଡ଼ାଇବା ପାଇଁ ଚାଷୀମାନେ ମଞ୍ଚା ଉପରେ ଦିନରାତି ଜଗିବସୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଜାମୁଗାଡ଼ିଆ ଗ୍ରାମରେ ୩୨ଟି ହାତୀ ପଶିଛନ୍ତି ।
ଅନୁଗୋଳରେ 32 ଟିକିଆ ହାତୀ ପଲ ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଫସଲ ଉଜୁଡି ଯିବା ଭୟରେ ଚାଷୀମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ୍ତଳା ବନାଞ୍ଚଳ ଜାମୁଗାଡ଼ିଆ ଗାଁ ନିକଟ ଧାନ କ୍ଷେତକୁ ପ୍ରାୟ ୩୨ଟି ହାତୀ ପଶିଥିଲେ । ଏହି ହାତୀ ପଲକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ ।
ଅନୁଗୋଳରେ 32 ଟିକିଆ ହାତୀ ପଲ ବନ ବିଭାଗ ଓ ସ୍ଥାନୀୟ ଲୋକମାନେ ମିଶି ହାତୀଙ୍କୁ ଘଉଡେଇବା ପାଇଁ ଚେଷ୍ଟା କରିଥିଲେ ବି ହାତୀ ପଲ ଏକର ଏକର ଚାଷୀଙ୍କ ପାଚିଲା ଧାନ କ୍ଷେତକୁ ଦଳି ମକଚି ନଷ୍ଟ କରିଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ