ଅନୁଗୋଳ: ବନ୍ତଳା ବନାଞ୍ଚଳରେ ଥମୁନି ହାତୀଙ୍କ ଉପଦ୍ରବ । ଗତ ବର୍ଷକ ମଧ୍ୟରେ ପ୍ରାୟ 30 ଲୋକଙ୍କ ଜୀବନ ନେଲାଣି ହାତୀ । ଲୋକଙ୍କ କ୍ଷେତ ଉଜାଡ଼ି ଦେଉଛନ୍ତି ହାତୀ ପଲ। ଭୟରେ ଲୋକେ ଆଉ ଫସଲ କରୁନାହାନ୍ତି। କେତେକ ଜଙ୍ଗଲ ପାଖ ଗାଁ ଲୋକ ସନ୍ଧ୍ୟା ହେଲେ ବାହାରକୁ ବାହାରୁ ନାହାନ୍ତି । ଗତ ତିନିମାସ ମଧ୍ୟରେ ବନାଞ୍ଚଳର ବସଲା ପଞ୍ଚାୟତ ଅଞ୍ଚଳରେ ୩ ଜଣଙ୍କ ଜୀବନ ନେଲାଣି ହାତୀ । ଦିନକୁ ଦିନ ହାତୀ ଆତଙ୍କ ବଢୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦାବି କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗାଁର କିଛି ଲୋକେ ।
ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ପାଲଟିଛି ହାତୀଙ୍କ ଚରାଭୂଇଁ । କହିବାକୁ ଗଲେ ଗତ ୧ ବର୍ଷ ହେବ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥିବା ହାତୀ ପଲ ଆଉ ଜଙ୍ଗଲକୁ ଯାଉନାହାନ୍ତି । ଏହି ବନାଞ୍ଚଳର ୧୫ରୁ ଅଧିକ ପଞ୍ଚାୟତରେ ଧନ ଜୀବନ ନଷ୍ଟ କରୁଛନ୍ତି ହାତୀପଲ । କେତେବେଳେ ଗାଁ ବୁଲୁଛନ୍ତି, ଆଉ କେତେବେଳେ ଲୋକଙ୍କ ଘରେ ପଶି ଧାନ ଚାଉଳ ଖାଇ ଯାଉଛନ୍ତି । ସଂଧ୍ୟା ହେଲା କ୍ଷଣି ଗାଁରେ ତାଟି କବାଟ ପଡିଯାଉଛି । କୌଣସି ସରକାରୀ କାମଟିଏ ପଡିଲେ ମଧ୍ୟ ବାହାରକୁ ଯାଇପାରୁ ନାହାନ୍ତି ଲୋକେ ।
ଏହା ମଧ୍ୟ ପଢନ୍ତୁ...ପୁଣି ଅନୁଗୋଳରେ ହାତୀ ମୃତ୍ୟୁ, ସାତକୋଶିଆରୁ ଉଦ୍ଧାର ହେଲା ୨ ମୃତଦେହ