ଓଡିଶା

odisha

ETV Bharat / state

ନାକେଦମ କଲାଣି ନରହନ୍ତା ଦନ୍ତା, ଟ୍ରାଙ୍କୁଲାଇଜିଙ୍ଗ ପରେ ବି ଭାଙ୍ଗିଦେଲା ଟ୍ରକ - Elephant terror in anugul

ତାଳଚେରରେ ଆତଙ୍କ ଖେଳାଉଥିବା ନରହନ୍ତା ଦନ୍ତା, ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେଇଛି । ଅଧିକ ପଢନ୍ତୁ...

elephant
ଟ୍ରାଙ୍କୁଳାଇଜିଙ୍ଗ ପରେ ଗଜରାଜକୁ ସ୍ଥାନାନ୍ତର କରିବାରେ ବନବିଭାଗ ବିଫଳ

By

Published : Jan 21, 2020, 10:52 PM IST

ଅନୁଗୋଳ: ଟ୍ରାଙ୍କୁଳାଇଜିଙ୍ଗ ପରେ ମଧ୍ୟ ବନ ବିଭାଗକୁ ନାକେଦାମ କରିଛି ଗଜରାଜ। ଅନୁଗୋଳ ଜିଲ୍ଲା ତାଳଚେରରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ବିଭାଗ କାବୁ କରିଥିଲେ ମଧ୍ୟ ତାଙ୍କୁ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି।

ଟ୍ରାଙ୍କୁଳାଇଜିଙ୍ଗ ପରେ ଗଜରାଜକୁ ସ୍ଥାନାନ୍ତର କରିବାରେ ବନବିଭାଗ ବିଫଳ

ସୋମବାର ଢେଙ୍କାନାଳ ଜିଲ୍ଲା କପିଳାସରେ ଥିବା ଚିଡିଆଖାନାକୁ ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ ହୋଇଥିଲା ଦନ୍ତା । ତେବେ ଚେତାଶୂନ୍ୟ ଅବସ୍ଥାରେ ମଧ୍ୟ ଟ୍ରକଟିକୁ ଭାଙ୍ଗି ଦେବାରୁ ହାତୀଟିକୁ ସ୍ଥାନାନ୍ତରିତ କରାଯାଇପାରିନାହିଁ। ପୁଣିଥରେ ଦନ୍ତାକୁ ତଳକୁ ଓହ୍ଲାଇ ଦେଇଛି ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ।

ମଙ୍ଗଳବାର ପୁଣି ସ୍ଥାନାନ୍ତର ପାଇଁ ଚେଷ୍ଟା କରିବ ବନବିଭାଗ। ଦୀର୍ଘ 4 ଦିନ ହେବ ଅକ୍ଲାନ୍ତ ପରିଶ୍ରମ କରି ଗତକାଲି(ସୋମବାର) ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ଏକ ସଂରକ୍ଷିତ ଜଙ୍ଗଲରୁ ଏହି ନରହନ୍ତା ଦନ୍ତାକୁ କାବୁ କରିଥିଲା ଟ୍ରାଙ୍କୁଲାଇଜ ଟିମ ଓ ବନ ବିଭାଗ ।


ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details