ଓଡିଶା

odisha

ETV Bharat / state

ଚାଷୀଙ୍କୁ ହାତୀ ଭୟ: ଗୋଟିଏ ଦିନରେ ଉଜୁଡି ଯାଉଛି ବର୍ଷକର ରୋଜଗାର - elephant damages crops

ଏଭଳି ସ୍ଥିତି ଉପୁଜିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ବନ୍ତଳା ରେଞ୍ଜ ଅଞ୍ଚଳର ଅଧିକାଂଶ ଗାଁର ଚାଷୀଙ୍କୁ ମାଡିଆସୁଛି ହାତୀ ଭୟ ।

elephant-terror-at-anugul-elephant-damages-crops
ଚାଷୀଙ୍କୁ ହାତୀ ଭୟ: ଗୋଟିଏ ଦିନରେ ଉଜୁଡି ଯାଉଛି ବର୍ଷକର ରୋଜଗାର

By

Published : Jul 5, 2020, 10:15 PM IST

ଅନୁଗୋଳ: ଚାଷୀଙ୍କ ପାଇଁ ଏବେ ବୈରି ସାଜିଛି ହାତୀ । ଗୋଟିଏ ଦିନରେ ହାତୀପଲ ଉଜାଡ଼ି ଦେଉଛନ୍ତି ବର୍ଷକର ଫସଲ । ଯେଉଁ ଫସଲ ବିକି ଚାଷୀ ତାର ସଂସାର ଚଲାଇଥାନ୍ତା, ତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି ହାତୀ । ଏଭଳି ସ୍ଥିତି ଉପୁଜିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ବନ୍ତଳା ରେଞ୍ଜ ଅଞ୍ଚଳର ଅଧିକାଂଶ ଗାଁର ଚାଷୀଙ୍କୁ ମାଡିଆସୁଛି ହାତୀ ଭୟ ।

ଚାଷୀଙ୍କୁ ହାତୀ ଭୟ: ଗୋଟିଏ ଦିନରେ ଉଜୁଡି ଯାଉଛି ବର୍ଷକର ରୋଜଗାର
ଅନୁଗୋଳ ଜିଲାରେ ହାତୀ ଆତଙ୍କ । ହାତୀ ଏବେ ବୈରି ହୋଇ ଠିଆ ହୋଇଛି ଚାଷୀଙ୍କ ପାଇଁ । ସନ୍ଧ୍ୟା ହେଲେ ଜଙ୍ଗଲ ପାଖ ଗାଁ କ୍ଷେତରେ ହାତୀ ପଶି ବ୍ୟାପକ ଫସଲ କ୍ଷତି କରୁଛି । ଦଳ ଦଳ ହୋଇ ହାତୀ ପଲ ଜିଲ୍ଲାର ବନ୍ତଳା ରେଞ୍ଜ ଅଧୀନରେ ଥିବା ବାରଗୌଣିଆ , ତଳଗଡ, ମାଧପୁର , କନ୍ତମେଘ, ରଗୁଡ଼ିଆପଡା ଆଦି ଗାଁ ଲୋକଙ୍କ କ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କ୍ଷେତରେ ଥିବା ଏକର ଏକର ଜମିର କାକୁଡି, ପୋଟଳ, ବାଇଗଣ, ଝୁଡଙ୍ଗ ଆଦି ପରିବା ଚାଷ ଉଜୁଡୁ ଯାଉଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଏହି ବନ୍ତଳା ରେଞ୍ଜର ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଜୀବିକା ଚାଷ । ହେଲେ ଏବେ ଏହି ଜୀବିକା ଉପରେ ଦାଉ ସାଧୁଛନ୍ତି ହାତୀ । ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ । ଅନେକ ଆଶା ଭରସା କରି ଶ୍ରମ ଲଗାଇ ଫସଲ ଅମଳ କରୁଛନ୍ତି । ହେଲେ ଅମଳ ଫସଲ ବିକ୍ରି ହେବା ପୂର୍ବରୁ ହାତୀ ସବୁ ଉଜାଡି ଦେଉଛି । ଖାଲି ସେତିକି ନୁହେଁ ହାତୀ ଆକ୍ରମଣରେ ଏଥର ଏହି ସବୁ ଅଞ୍ଚଳରେ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଗତ 4 ବର୍ଷ ହେବ ଚାଷୀମାନେ ଋଣ କରି ଫସଲ କରୁଥିଲେ ମଧ୍ୟ ହାତୀ ଉପଦ୍ରବ ଯୋଗୁଁ ଋଣ ଟଙ୍କା ମଧ୍ୟ ସୁଝିପାରୁ ନଥିବା ଅଭିଯୋଗ କରିଛନ୍ତି । ଏନେଇ ବନବିଭଗ ଅଧିକାରୀଙ୍କ କହିବା କଥା ଯାହା କ୍ଷତି ହେଉଛି ତାର କ୍ଷତି ପୂରଣ ଦିଆଯାଉଛି । ହାତୀ ଘଉଡ଼ାଇବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ହାତୀ ଉପଦ୍ରବର ଯଦି ବିଭାଗ ସ୍ଥାୟୀ ସମାଧାନ ନ କରେ ତେବେ ଅଞ୍ଚଳର ଚାଷୀ ଚାଷ ଛାଡି ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details