ଓଡିଶା

odisha

ETV Bharat / state

କଣିହାଁ ବନାଞ୍ଚଳରେ ହାତୀ ଉପଦ୍ରବ, ଉଜୁଡିଲା ପରିବା ଚାଷ - ଉଜୁଡିଲା ପରିବା ଚାଷ

କଣିହାଁରେ ହାତୀ ଉପଦ୍ରବ । ଉଜୁଡିଲା ପରିବା ଚାଷ । ଅଧିକ ପଢନ୍ତୁ...

elephant ruins massive farms
ହାତୀ ଉପଦ୍ରବ

By

Published : Feb 9, 2020, 5:06 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଜିଲ୍ଲାର କଣିହାଁ ବନାଞ୍ଚଳରେ ହାତୀ ଉପଦ୍ରବ । ଝରବେରଣୀ, ବନସି, ହନୁମାନପୁର ଓ ଗୁରୁବହଳ ଗାଁରେ ହାତୀ ପଶି ବିଭିନ୍ନ ପ୍ରକାର ପରିବା ଚାଷ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ହେଲା ହାତୀଙ୍କ ଉପଦ୍ରବ ବଢିଯିବାରୁ ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।

ହାତୀ ଉପଦ୍ରବ

ଅଦିନିଆ ବର୍ଷାରେ ପରିବା ଚାଷ ନଷ୍ଟ ହୋଇଥିବା ବେଳେ ହାତୀପଲ ଯେଉଁଭଳି ଭାବେ ଫସଲ କ୍ଷତି କରୁଛି ଚାଷୀ ମାନଙ୍କ ପାଇଁ ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ପାଲଟିଛି । ସେପଟେ ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ସେଭଳି କିଛି କଡା ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details